Masthead

ଭେଣ୍ଟିଲେଟରରେ ଶ୍ରବଣ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ୯୦ଦଶକର ହିଟ୍ ଯୋଡି ନଦୀମ-ଶ୍ରବଣ ଯୋଡି ମଧ୍ୟରୁ ଶ୍ରବଣ ରାଠୋର କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ବହୁତ ଗୁରୁତର ଥିବା କୁହାଯାଉଛି । ଶ୍ରବଣ ରାଠୋରଙ୍କୁ ଭେଣ୍ଟିଲେଣ୍ଟରରେ ରଖାଯାଇଛି । ତାଙ୍କର ହାର୍ଟରେ ପ୍ରୋବଲେମ ଥିବା ଜଣା ପଡିଛି, ଯେଉଁଥି ପାଇଁ ତାଙ୍କ ଶରୀରରେ ସଠିକ୍ ଭାବେ ରକ୍ତ ସଞ୍ଚାଳନ ହୋଇପାରୁ ନାହିଁ । ତାଙ୍କ ବନ୍ଧୁ ସମୀରଙ୍କ କହିବା ଅନୁଶାରେ ଶ୍ରବଣଙ୍କର ଡାଇବେଟିସ ଅଛି ।

ଯାହା ଫଳରେ ସଂକ୍ରମଣ ଯୋଗୁ ତାଙ୍କ ଫୁସଫୁସ ର୍ଦୁବଳ ହୋଇପଡିଛି । ବଲିଉଡ୍ରେ ୯୦ ଦଶକରେ ନଦୀମ୍-ଶ୍ରବଣଙ୍କର ସଙ୍ଗୀତ ଖୁବ୍ ଫେମସ୍ ଥିଲା । ଫିଲ୍ମ ‘ଆଶିକୀ’ରେ ତାଙ୍କର ରୋମାଣ୍ଟିକ୍ ଗୀତ ଖୁବ ଲୋକ ପ୍ରିୟ ହୋଇଥିଲା । ହେଲେ ଗୁଲସନ କୁମାରଙ୍କ ହତ୍ୟାରେ ନଦୀମ୍ଙ୍କର ନାଁ ଆସିବା ପରେ ଏହି ଯୋଡ଼ି ଭାଙ୍ଗି ଯାଇଥିଲା । ସୂଚନା ଯେ, ନଦୀମ୍-ଶ୍ରବଣ ଯୋଡ଼ି ଫିଲ୍ମ ଆଶିକୀ, ସାଜନ , ସଡ଼କ , ଦିଲ ହୈ କି ମାନତା ନହିଁ ,ସାଥି , ଦିୱାନା , ଫୁଲ୍ ଔର କାଣ୍ଟେ, ରାଜା ହିନ୍ଦୁସ୍ତାନୀ , ଜାନ୍ ତେରେ ନାମ୍ ,ରଙ୍ଗ୍ , ରାଜା , ଧଡ଼କନ୍, ପରଦେଶ , ଦିଲୱାଲେ , ରାଜା ଆଦି ଫିଲ୍ମରେ ସୁମଧୁର ସଙ୍ଗୀତ ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ 🔴 ପାକିସ୍ତାନ ପରେ ବାଂଲାଦେଶର ପାଳି 🔴 ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୭ ମୃତ 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ 🔴 ପାକିସ୍ତାନ ପରେ ବାଂଲାଦେଶର ପାଳି 🔴 ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୭ ମୃତ 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ