Masthead

SI ନିଯୁକ୍ତି ଘୋଟାଲା, ବଣିକର ୩ ଅଧିକାରୀଙ୍କୁ ନୋଟିସ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୋଲିସ ଏସଆଇ ନିଯୁକ୍ତି ଘୋଟାଲା । ବଣିକର ୩ ଅଧିକାରୀଙ୍କୁ ନୋଟିସ୍ । ଏଚଆର ମ୍ୟାନେଜର, ଆଡମିନ୍‌ ମ୍ୟାନେଜର ଓ ଆକାଉଣ୍ଟ ହେଡ୍‌ଙ୍କୁ ନୋଟିସ୍ କରାଯାଇଛି । ଆଜି ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ବଣିକ କୋଚିଂ ସେଣ୍ଟରରେ ଛାନ୍‌ଭିନ୍‌ କରିଥିଲା କ୍ରାଇମ୍‌ବ୍ରାଞ୍ଚ ।ଗତକାଲି ବଣିକ’ କୋଚିଂ ସେଣ୍ଟରରେ ଛାନଭିନ୍ କରାଯାଇଥିଲା । ବିଜୟନଗରମ ଯାଉଥିବା ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ଭିତରେ ‘ବଣିକ’ର ପରୀକ୍ଷାର୍ଥୀ ଥିଲେ ।

‘ବଣିକ’ ପରୀକ୍ଷାର୍ଥୀଙ୍କୁ ପଠାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି। ହେଲେ କେତେ ପରୀକ୍ଷାର୍ଥୀଙ୍କୁ ‘ବଣିକ’ ପଠାଇଥିଲା ଆଗକୁ ସ୍ପଷ୍ଟ ହେବ। ଏଥିସହ ବଣିକ’ର ୫ ବର୍ଷର ରେକର୍ଡ ଖୋଜୁଛନ୍ତି କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବଣିକ’ ମାଲିକଙ୍କ ସହ ସମ୍ପର୍କ ଥିବା ସୂଚନା ରହିଛି ।  ଏପଟେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଣିକ କର୍ତ୍ତୃପକ୍ଷ । ଆମେ ଏଠାରେ ପିଲାଙ୍କୁ କୋଚିଂ ଦେଉ, ବାହାରେ କିଏ କ’ଣ କଲା ଜାଣିନୁ। ଆମେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ତଦନ୍ତରେ ପୂରା ସହଯୋଗ କରୁଛୁ ବୋଲି ବଣିକ କୋଚିଂ ସେଣ୍ଟର ପକ୍ଷରୁ କୁହାଯାଇଛି । ସେପଟେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି OPRB।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ