Masthead

ଗୋଟିଏ ଆସନ ପାଇଁ ଭାଇ-ଭଉଣୀ ପ୍ରାର୍ଥୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି କସରତ । କିଏ ହାତେଇବ ହରିୟାଣା ସିଟ୍ । କଂଗ୍ରେସ ନା ବିଜେପି ।  ବିଜେପି ହରିୟାଣା ସିଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ମଧ୍ୟ ପଛାଇ ନାହିଁ । ତେବେ ଅକ୍ଟୋବର ୫ ତାରିଖରେ ପଡ଼ିବ ଭୋଟ । ଏହାରି ଭିତରେ ହରିୟାଣା ରାଜନୀତିରେ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଭାଇ ଭଉଣୀ । ତେବେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ।

ଏହି ତାଲିକାରେ ସାମିଲ ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ଗଡ଼ ‘ତୋଶାମ’। ଏହି ଆସନରେ ପ୍ରାର୍ଥୀ ହୋଇଛନ୍ତି ଭାଇ ଭଉଣୀ । ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲ ଚୌଧୁରୀ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ସେ ପୂର୍ବରୁ ରକ୍ଷାମନ୍ତ୍ରୀ ଦାୟିତ୍ବ ନିର୍ବାହ କରିଥିଲେ । ୧୯୯୬ ମସିହାରେ ହରିୟାଣା ବିକାଶ ପାର୍ଟିର ସ୍ଥାପନା କରିଥିଲେ ବଂଶୀଲାଲ । ହେଲେ ୨୦୦୪ରେ କଂଗ୍ରେସକୁ ପୁଣି ଫେରିଥିଲେ, ଆଉ ୨୦୦୫ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକଟରୁ ଲଢି ଜିତିଥିଲେ । ପ୍ରଶାସକରୁ ନେତା ହୋଇଛନ୍ତି ବଂଶୀଲାଲଙ୍କ ନାତି ଅନିରୁଦ୍ଧ ଚୌଧୁରୀ ।

ଚଳିତ ନିର୍ବାଚନରେ ତୋଶାମ ବିଧାନସଭା ଆସନ ପାଇଁ କଂଗ୍ରେସ ଟିକଟରୁ ସେ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ନାତୁଣୀ ଶ୍ରୁତି ଚୌଧୁରୀଙ୍କୁ ଟିକଟ ଦେଇଛି ଭାଜପା । ଶ୍ରୁତି ହେଉଛନ୍ତି ବଂଶୀଲାଲଙ୍କ ସାନପୁଅ ଦିବଙ୍ଗତ ସୁରେନ୍ଦ୍ର ସିଂଙ୍କ ଝିଅ ଓ ଅନିରୁଦ୍ଧ ହେଉଛନ୍ତି ରଣବୀର ସିଂ ମହେନ୍ଦ୍ରଙ୍କ ପୁଅ । ଉଭୟ ଗୋଟିଏ ଆସନ ପାଇଁ ଭିନ୍ନ ଦଳରୁ ପ୍ରାର୍ଥୀ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାରେ ଥଣ୍ଡାର ଥାର୍ଡ ଡିଗ୍ରୀ 🔴 ନୂଆ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ନିର୍ଦ୍ଦେଶନାମା 🔴 ନୂଆବର୍ଷରୁ ମହଙ୍ଗା ହେଲା LPG ସିଲିଣ୍ଡର ଦର 🔴 ରାଜଧାନୀରେ ରାସ୍ତା ଗାଏବ 🔴 ଚୋରା ମଦ ବିକ୍ରିକୁ ବିରୋଧ, ରାସ୍ତାରେ ବସିଲେ ମହିଳା 🔴 ଶ୍ରୀମନ୍ଦିର କ୍ୟାଲେଣ୍ଡେର ତ୍ରୁଟି 🔴 ଆଜିଠୁ ପୁଣି ବଢିପାରେ ଶୀତ 🔴 ସକାଳୁ ସକାଳୁ ଆକ୍ସନ ମୋଡରେ ଭିଜିଲାନ୍ସ 🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ 🔴 ଓଡ଼ିଶାରେ ଥଣ୍ଡାର ଥାର୍ଡ ଡିଗ୍ରୀ 🔴 ନୂଆ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ନିର୍ଦ୍ଦେଶନାମା 🔴 ନୂଆବର୍ଷରୁ ମହଙ୍ଗା ହେଲା LPG ସିଲିଣ୍ଡର ଦର 🔴 ରାଜଧାନୀରେ ରାସ୍ତା ଗାଏବ 🔴 ଚୋରା ମଦ ବିକ୍ରିକୁ ବିରୋଧ, ରାସ୍ତାରେ ବସିଲେ ମହିଳା 🔴 ଶ୍ରୀମନ୍ଦିର କ୍ୟାଲେଣ୍ଡେର ତ୍ରୁଟି 🔴 ଆଜିଠୁ ପୁଣି ବଢିପାରେ ଶୀତ 🔴 ସକାଳୁ ସକାଳୁ ଆକ୍ସନ ମୋଡରେ ଭିଜିଲାନ୍ସ 🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ