Masthead

ଆମେରିକାରେ ପଗଡ଼ି ପିନ୍ଧିପାରିବେ ଶିଖ ସୈନ୍ୟ

(ବଡ଼ ଖବର ବ୍ୟୁରୋ): ଦୀର୍ଘ ୨୪୬ ବର୍ଷର ସଂଘର୍ଷ । ଆଉ ଜଣେ ଶିଖ୍ ଅଫିସରଙ୍କ ୫ବର୍ଷର ସ୍ୱପ୍ନ । ଏସବୁର ଅନ୍ତ ଘଟିଛି । ଆମେରିକା ଏବେ କାର୍ଯ୍ୟରତ ଶିଖ୍ ସୈନ୍ୟ ମାନଙ୍କୁ ପଗଡ଼ି ପିନ୍ଧିବାକୁ ଅନୁମତି ଦେଇଛି । ରାଷ୍ଟ୍ରଧର୍ମ ପାଳନ କରିବା ସହ ନିଜ ଧର୍ମକୁ ମଧ୍ୟ ପାଳନ କରିପାରିବେ ଆମେରିକାରେ କାର୍ଯ୍ୟରତ ଶିଖ୍ ଯବାନ । ତେବେ ଏସବୁ ସମ୍ଭବ ହୋଇଛି ଆମେରିକାର ଜଣେ କାର୍ଯ୍ୟରତ ଶିଖ୍ ସୈନ୍ୟ ଲ୍ୟୁଟନାଣ୍ଟ ସୁଖବୀର ସିଂ ତୁର୍ ।

ଦେଶର ନିୟମ ପରିବର୍ତ୍ତନ ହୋଇଛି ଏହି ଯବାନଙ୍କ ପାଇଁ । ତୁର୍ ୨୦୧୭ରେ ଆମେରିକା ସେନାରେ ଯୋଗ ଦେଇଥିଲେ । ସେବେଠାରୁ ହିଁ ନିଜ ସମ୍ପ୍ରଦାୟର ଗୌରବ କୁହାଯାଉଥିବା । ଏହି ପଗଡ଼ି ପିନ୍ଧିବାକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ । କିନ୍ତୁ କାର୍ଯ୍ୟକ୍ଷେତ୍ରରେ ପଗଡ଼ି ପିନ୍ଧିବାକୁ ଅନୁମତି ମିଳୁନଥିଲା । ଧର୍ମ ଓ ଦେଶ ମଧ୍ୟରୁ ଗୋଟିଏକୁ ବାଛିବା ଭଳି ପରିସ୍ଥିତିରେ ଥିଲେ ତୁର୍ । ଯେଉଁଥି ପାଇଁ ସେ ପିଟିସନ ଦାଏର କରିଥିଲେ ।

ଏହାର ଶୁଣାଣି କରି ତାଙ୍କୁ ପଗଡ଼ି ପିନ୍ଧିବାକୁ ଅନୁମତି ଦିଆଯାଇଛି । ଏବେ ସେ ଦେଅନିକ କାର୍ଯ୍ୟ କରିବା ସହିତ ପଗଡ଼ି ମଧ୍ୟ ପିନ୍ଧିପାରିବେ । କିନ୍ତୁ ଏଥିପାଇଁ ତାଙ୍କ ନିକଟରେ କିଛି ସର୍ତ୍ତ ରଖାଯାଇଛି । ହିଂସାଗ୍ରସ୍ତ ଅଞ୍ଚଳରେ ଡ୍ୟୁଟି ସମୟରେ ତୁର୍ ପଗଡ଼ି ପିନ୍ଧିପାରିବେ ନାହିଁ । ସେହିପରି ସେନାର କୌଣସି ୟୁନିଟ୍ର ଉତ୍ସବରେ ପଗଡ଼ି ବାଦ୍ ପାରମ୍ପରିକ ୟୁନିଫର୍ମ ପରିଧାନ କରିବେ ବୋଲି କୁହାଯାଇଛି ।

ସୁଖବୀର ହେଉଛନ୍ତି ଜଣେ ପ୍ରବାସୀ ଭାରତୀୟ । ୫ବର୍ଷ ତଳେ ଆମେରିକୀୟ ନୌସେନାରେ ସେ ଭର୍ତ୍ତି ହୋଇଥିଲେ । ତେବେ ଆମେରିକାର ବାୟୁ ଓ ସ୍ଥଳସେନାରେ ୧୦୦ ଅଧିକ ଶିଖ ଯବାନ ରହିଛନ୍ତି । ଯେଉଁମାନଙ୍କୁ କି ଦାଢ଼ି ରଖିବାକୁ ଓ ପଗଡ଼ି ପିନ୍ଧିବାକୁ ଅନୁମତି ମିଳିଛି । କିନ୍ତୁ ନୌସେନା, କୋଷ୍ଟଗାର୍ଡ ଏବଂ ନୂଆ କରି ଗଢ଼ାଯାଇଥିବା ସ୍ପେସ ଫୋର୍ସରେ ପୂରୁଣା ନିୟମ ବଳବତ୍ତର ରହିଛି । ୟୁଏସ ମିଲିଟାରୀରେ ପଗଡ଼ି ପାଇଁ ଦାବି ଖୁବ ପୂରୁଣା । ଆମେରିକା ସେନା ଓ ଭାରତୀୟ ଶିଖ ମାନଙ୍କ ସମ୍ପର୍କ ମଧ୍ୟ ବେଶ ପୂରୁଣା ।

ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ସ୍ଥଳସେନାର ସେବା ଯୋଗାଇ ଚର୍ଚ୍ଚାକୁ ଆସିଥିଲେ ଭାରତର ଭଗତ ସିଂ ଥିଣ୍ଡା । ସେତେବେଳେ ତାଙ୍କୁ ପଗଡ଼ି ପିନ୍ଧିବାକୁ ଅନୁମତି ଦିଆଯାଇଥିଲା । ୧୯୩୬ ମସିହାରେ ତାଙ୍କୁ ଆମେରିକାର ନାଗରିକତ୍ୱ ମିଳିଥିଲା । ଆମେରିକୀୟ ସେନାରେ ଶିଖଙ୍କୁ ପଗଡ଼ି ପିନ୍ଧିବାକୁ ବାରଣ କରାଯାଇଥିଲା ୧୯୮୦ ମସିହାରେ । ଏହାପରେ ଶିଖ ସମ୍ପ୍ରଦାୟ ପକ୍ଷରୁ ପଗଡ଼ି ପରିଧାନ ପାଇଁ ଦାବି ଉଠିଥିଲା । ଆମେରିକା ସେନାରେ ଡାକ୍ତର ଥିବା କ୍ୟାପଟେନ କମଲଜିତ୍ ସିଂ କାଲସୀଙ୍କୁ ୨୦୦୯ରେ କଟକଣା ଭିତ୍ତିରେ ପଗଡ଼ି ପିନ୍ଧିବାକୁ ଏବଂ ଦାଢ଼ି ବଢ଼ାିବାକୁ ଅନୁମତି ମିଳିଥିଲା ।

କିନ୍ତୁ ୨୦୧୭ରେ ପୁଣି ଆମେରିକା ଏହାକୁ ବଦଳାଇ ଦେଇଥିଲା । ନୂତନ ନିୟମ ଅନୁସାୟୀ ପ୍ରଥମ ଶିଖ ଅଫିସର ଭାବେ ଲ୍ୟୁଟନାଣ୍ଟ କନୱର ସିଂଙ୍କୁ ଦାଢ଼ି ବଢ଼ାଇବା ସହିତ ପଗଡ଼ି ପିନ୍ଧିବାକୁ ଅନୁମତି ଦିଆଯାଇଥିଲା । ୨୦୨୦ରେ ମଧ୍ୟ ୟୁଏସ ବାୟୁସେନାର ଜଣେ କର୍ମଚାରୀଙ୍କୁ ପଗଡ଼ି ପିନ୍ଧିବାକୁ ନିୟମ କୋହଳ କରାଯାଇଥିଲା । ସୁଖବୀର ସିଂ ତୁରଙ୍କ ଏହି ସଂଘର୍ଷ ପରେ ଆମେରିକା ନିଜ ନିୟମରେ କୋହଳ କରିଛି । ଆଉ ଏହାକୁ ଅନୁଧାବନ କରିଛନ୍ତି ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡ଼ା । ଏହି ଦେଶ ମାନଙ୍କରେ ଶିଖର ସମ୍ପ୍ରଦାୟର ସୈନ୍ୟମାନେ ପଗଡ଼ି ପିନ୍ଧି ପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ