ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗୁରବାର ତିହାର ଜେଲ୍ରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ(ଇଡି) ଦ୍ୱିତୀୟ ଥର ପାଇଁ ପଚରାଉଚରା କରିଛି । ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଅନିୟମିତତା ଅଭିଯୋଗ ଉପରେ ଏହି ପଚରାଉଚରା କରାଯାଉଛି ।
ଏହା ପୂର୍ବରୁ ମଙ୍ଗଳବାର ବି ସିସୋଦିଆଙ୍କୁ ଇଡି ଜେଲରେ ପ୍ରାୟ ୬ ଘଣ୍ଟା ଜେରା କରିଥିଲା । ଏହି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ଆଜି ଜେରା କରିବାର ଥିଲା । ହେଲେ ସେ ଇଡିକୁ ୧୧ ମାର୍ଚ୍ଚରେ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ । ତାଙ୍କର ଏହି ଅନୁରୋଧକୁ କେନ୍ଦ୍ରୀୟ ଏଜେନ୍ସି ସ୍ୱୀକାର କରି ନେଇଛି ।