Masthead

ଭିନ୍ନକ୍ଷମଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ (ବଡ଼ ଖବର ବ୍ୟୁରୋ): ବିନା ଶୁଳ୍କରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ କରିବେ ହ୍ୱିଲ ଚେୟାରରେ ଶ୍ରୀମନ୍ଦିର ବାହାର ବେଢ଼ା ପରିକ୍ରମା । ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକମାନଙ୍କୁ ଶ୍ରୀମନ୍ଦିର ପରିକ୍ରମା କରେଇବା ନେଇ ଆଗେଇ ଆସିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର ଫର ଆକ୍ସନ । ୩ ଟି ହ୍ୱିଲ ଚେୟାର ସହ ସହଯୋଗୀଙ୍କୁ ନିୟୋଜିତ କରିଛି ଏହି ସ୍ବେଛାସେବୀ ସଂଗଠନ । ବିନା କୌଣସି ସରକାରୀ ଅନୁଦାନରେ ଏଭଳି ଏକ ପଦକ୍ଷେପ ନେଇଛି ଏହି ଅନୁଷ୍ଠାନର କମିଟି । ସିଂହଦ୍ୱାର ରାଧାବଲ୍ଲଭ ମଠ ନିକଟରେ ଏହି ହ୍ୱିଲ ଚେୟାର ରଖା ଯାଇଛି ।

ବିଭିନ୍ନ ସମୟରେ ବୃଦ୍ଧ ଓ ଭିନ୍ନକ୍ଷମମାନେ ପରିକ୍ରମାରେ ଅସୁବିଧା ଭୋଗୁଥିଲେ । ତେଣୁ ଏ ପଦକ୍ଷେପକୁ ଜନସାଧାରଣ ସ୍ୱାଗତ କରିଛନ୍ତି । ଏଥି ନିମନ୍ତେ ସଂସ୍ଥା ତରଫରୁ ଏକ ନମ୍ବର ମଧ୍ୟ ଯୋଗାଇଦିଆଯାଇଛି । ୯୪୩୯୦୮୩୮୭୮ ନମ୍ବର୍ ରେ ଯୋଗାଯୋଗ କରି ପୁରୀ ସହରର ବରିଷ୍ଠ, ଭିନ୍ନକ୍ଷମଙ୍କ ସହ ବାହାରୁ ଆସୁଥିବା ପର୍ୟ୍ୟଟକମାନେ ମଧ୍ୟ ସୁବିଧା ନେଇପାରିବେ । ସଂସ୍ଥାରେ ଅଧିକାଂଶ ସେବାୟତ ରହିଥିବାବେଳେ ବରିଷ୍ଠ ସେବାୟତ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର ଏନେଇ ନିଜ ସଂସ୍ଥା ତରଫରୁ ପ୍ରତିକ୍ରିୟା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି