Masthead

ପୁଅକୁ ବିଷ ଦେଇ ମାରିଲା ସାବତ ବାପା

ରାଇଘର(ବଡ଼ ଖବର ବ୍ୟୁରୋ): ପୁଅକୁ ବିଷ ଦେଇ ମାରିଲା ସାବତ ବାପା । ସାବତ ବାପାର ସଇତାନୀ କାଣ୍ଡ । କାଶ ଔଷଧ ନାଁରେ ତିନି ବର୍ଷର ଶିଶୁ ପୁତ୍ରକୁ ଦେଇଦେଲା ବିଷ । ମେଡିକାଲରେ ଶିଶୁକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ନବରଙ୍ଗପୁର ଜିଲ୍ଲା ଗଞ୍ଜପାରା ପଂଚାୟତ ଆମାବେଡା ଗାଁରୁ ଆସିଛି ଏଭଳି ଅଭାବନୀୟ ଅଭିଯୋଗ । ତିନି ମାସ ପୂର୍ବେ ଅମାବେଡା ଗାଁର ବିଶ୍ବନାଥ ଗଣ୍ଡଙ୍କୁ ପ୍ରେମ ବିବାହ କରିଥିଲେ କସକଙ୍ଗା ପଂଚାୟତ ଜଡ଼ାପାରାର ଗାୟତ୍ରୀ ଗଣ୍ଡ । କିନ୍ତୁ ପୂର୍ବରୁ ସେ ଅନ୍ୟ ଜଣେ ଯୁବକଙ୍କ ସନ୍ତାନର ମା’ ବନିସାରିଥିଲେ ।

ପୁଅକୁ ମଧ୍ୟ ତିନି ବର୍ଷ ହୋଇସାରିଥିଲା । ଏବେ କିନ୍ତୁ ପୂର୍ବ ସ୍ୱାମୀଠାରୁ ଅଲଗା ହୋଇ ବିଶ୍ୱନାଥଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଗାୟତ୍ରୀ । ପୁଅ ସହ ଶ୍ୱଶୁର ଘର ଆସିଥିଲେ ଗାୟତ୍ରୀ । ଅନ୍ୟ ଜଣଙ୍କ ଠାରୁ ଜନ୍ମିତ ପୁଅକୁ ଗ୍ରହଣ କରିବାକୁ ରାଜି ନଥିଲା ବିଶ୍ୱନାଥ । ଏନେଇ ଶିଶୁଟିକୁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରୁଥିଲା ବିଶ୍ୱନାଥ । ଆଜି ଶିଶୁଟିକୁ କାସ ହେବାରୁ ଗ୍ରାୟତ୍ରୀ ବିଶ୍ୱନାଥକୁ ଔଷଧ ଆଣିବାକୁ କହିଥିଲେ । ଏହାର ସୁଯୋଗ ନେଇ ବିଶ୍ୱନାଥ ଔଷଧ ବଦଳରେ ବଜାରରୁ ବିଷ ଆଣି ଦେଇଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରି ଛତିଶଗଡ ସୀମାରୁ ବିଶ୍ଵନାଥକୁ ଗିରଫ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ