Masthead

ଓବିସି କଥା କହି ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ ପୋଷ୍ଟକୁ ଟାର୍ଗେଟ କଲେ ସୁଲତା ଦେଓ

ଭୁବେନେଶ୍ୱର (ବଡ଼ ଖବର ବ୍ୟୁରୋ):ସୁଲତା ଙ୍କ ବିରୋଧରେ ହୋଇଥିବା ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ ପୋଷ୍ଟ କୁ ନେଇ ଖପା ହୋଇଯାଇଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ । ସୋସିଆଲ ମିଡ଼ିଆ ରେ ଏକ ଭାବପୂର୍ଣ୍ଣ ଲେଖା ଲେଖି ତାଙ୍କ ବିରୋଧରେ କରାଯାଉଥିବା ପ୍ରଚାର କୁ ମହିଳା ଲାଞ୍ଚନାକାରି ବୋଲି କହିଛନ୍ତି, ଜଣେ ଓବିସି ବର୍ଗର ମହିଳା ଙ୍କୁ ରାଜ୍ୟସଭା ପଠାଯାଇଥିବା କାରଣରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିକଟରେ ଆଜୀବନ କୃତଜ୍ଞ ବୋଲି ଲେଖିଛନ୍ତି, ନିକଟରେ ଅକ୍ଟୋବର ଦୁଇ ତାରିଖ ଦିନ ଭୁବନେଶ୍ୱର ଠାରେ ବିଜେଡିର ପଦଯାତ୍ରା ଆରମ୍ଭ କରିବା ସମୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।ସୁଲତା ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ କାନ୍ଧ ଉପରେ ଏକ ବିଜେଡି ମାର୍କା ଉତ୍ତରୀୟ ପକାଇଥିଲେ ତା ସହିତ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଛାତି ଉପରେ ଏକ ବିଜେଡି ଲୋଗ ଲଗାଇଥିଲେ । ତତକ୍ଷଣାତ ମୁଖ୍ୟମନ୍ତ୍ରୀ ଏହି ଦୁଇଟି କୁ ହଟେଇ ଦେଇଥିଲେ, ଏହାପରେ ସୁଲତା ଙ୍କୁ ରାଜ୍ୟସଭା ରେ ବିଜେଡି ର ଚିଫହୁଇଫ ପଦରୁ ଅପସାରଣ କରିଦିଆଯାଇଥିଲା ।

ସୁଲତା ଙ୍କ ସ୍ଥାନ ରେ ମାନସ ମଙ୍ଗରାଜ ଙ୍କୁ ଏହି ଦାୟିତ୍ୱ ଦିଆଗଲା, ଏହି ଘଟଣା ପରେ ବିଭିନ୍ନ ଲୋକ ସୋସିଆଲ ମିଡ଼ିଆ ରେ ସୁଲତା ଙ୍କୁ ଖୁବ ଜୋର ଟ୍ରୋଲ କରିଥିଲେ । ମୁଖ୍ୟମନ୍ତ୍ରୀ ରାଗିଯାଇ ଥିବା କାରଣ ରୁ ସୁଲତା ପଦବୀ ରୁ ହଟେଇ ଦିଆଯାଇଥିବା କଥା କହିଥିଲେ, ଫେସବୁକ ମାଧ୍ୟମରେ ଏହାର ଜବାବ ଦେଇଛନ୍ତି ସୁଲତା, ମାନସ ମଙ୍ଗରାଜ ଙ୍କ ତତ୍ଵାବଧାନ ରେ ପୂର୍ବରୁ ମଧ୍ୟ କାର୍ୟ୍ୟ କରୁଥିଲେ, ତେବେ ଏ ନେଇ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କର ଆସ୍ତା ଏଵେ ବି ତାଙ୍କ ଉପରେ ରହିଛି, ତେବେ ବିନା ମେଘରେ ବଜ୍ରପାତ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି, ଏପରିକି କିଛି ମିଡ଼ିଆ ତାଙ୍କୁ ଲାଂଛିତ କରି ଆସୁରିକ ମଜା ନେଉଥିବା ସେ ଉଲେଖ କରିଛନ୍ତି, ଏହା ତାଙ୍କ ପ୍ରତି ଅସହ୍ୟ ହୋଇଗଲାଣି ବୋଲି ସୁଲତା ତାଙ୍କ ଫେସବୁକ ପୋଷ୍ଟ ରେ କହିଛନ୍ତି । ଏହା ସହ ସେ ଲେଖିଛନ୍ତି,ମୋ ଭଳି ଜଣେ ଓବିସି ମହିଳାଙ୍କୁ ମର୍ଯ୍ୟାଦା ସମ୍ପନ୍ନ ସଭାକୁ ପଡାଇ ମାନ୍ୟବର ମୁଖ୍ୟମନ୍ତ୍ରଙ୍କ ନିକଟରେ ମୁଁ ଆଜିବନ ଋୁଣି ହୋି ରହିବି । କିଛି ଦିନ ହେବ ଯେପରି ଭାବରେ ମୋତେ ବଦନାମ କରି ସମସ୍ତେ ମଜା ନେଉଛନ୍ତି, ତାହା ମୋ ପାଇଁ ଅସହ୍ୟ ହୋଇଯାଇଛି । ଯେଉଁ ଘଟଣାକୁ ନେଇ ମିଡ଼ିଆ ମତେ ଦୋଷ ଦେଇଛି, ସେଥିରେ କେଉଁଠି ସେମାନେ ମୋ ଦୋଷ ଦେଖିଛନ୍ତି, ତାହା କହିଲେ ମୁଁ ଖୁସି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ