Masthead

ନାବାଳିକା ନାମରେ ସମନ

ବାଲିପାଟଣା (ବଡ଼ ଖବର ବ୍ୟୁରୋ): ନାବାଳିକା ନାମରେ ସମନ ଜାରି କଲା ପୋଲିସ । ଏଭଳି ଏକ ସାଂଘାତିକ ଅଭିଯାଗ ଆସିଛି ବନମାଳିପୁର ପୋଲିସ ବିରୁଦ୍ଧରେ । ଦେଉଳଧରପୁର ଗ୍ରାମର ଧର୍ମାନନ୍ଦ ଜେନ ଓ ଅକ୍ଷୟ କୁମାର ଜେନାଙ୍କ ପରିବାର ମଧ୍ୟରେ ଗତ ବର୍ଷ ଡିସେମ୍ବର ମାସରେ ଝଗଡା ଲାଗିଥିଲା । ଏନେଇ ବାଲିପାଟଣା ଥାନାରେ ୬୫/୨୦ରେ ଏକ ମାମାଲା ରୁଜୁ କରିଥିଲା ପୋଲିସ । ଥାନା ପକ୍ଷରୁ ସମ୍ପୃକ୍ତ ପରିବାରର ୪ଜଣଙ୍କ ନାମରେ ସମନ ଜାରି କରାଯାଇଥିଲା । ଏମାନଙ୍କ ଭିତରେ ଏକ ଆଠ ବର୍ଷର ନିରିହ ନାବାଳିକା ନାଁରେ ମଧ୍ୟ ୧୦୭ ଦଫାରେ ସମନ ଜାରୀ କରିଥିଲା ବାଲିପଟଣା ପୋଲିସ । ଏନେଇ ନାବାଳିକାଙ୍କ ପରିବାର ମାନସିକ ଚାପରେ ରହିଥିବା ନେଇ ଭୂବନେଶ୍ୱର ଅତିରିକ୍ତ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଘଟଣାକୁ ବିଚାରକୁ ନେଇ ତୁରନ୍ତ ଫାଣ୍ଡି ଅଧୀକାରୀଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଏହା ଲେଖା ସମୟରେ ତ୍ରୁଟି ହୋଇଯାଇଥିବା କହିଛନ୍ତି ବାଲିପଟଣା ଥାନା ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ