Masthead

ସାତକୋଶିଆରୁ ଫେରିଯିବ ସୁନ୍ଦରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାତକୋଶିଆରୁ ବାନ୍ଧବଗଡ ଫେରିଯିବ ବାଘୁଣି ସୁନ୍ଦରୀ । ସୁନ୍ଦରୀକୁ ମଧ୍ୟପ୍ରଦେଶର ବାନ୍ଧବଗଡ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରୀକୁ ମଧ୍ୟପ୍ରଦେଶ ନିଆଯାଇ କାହ୍ନା ଅଭୟାରଣ୍ୟରେ ରଖାଯିବ । ସେଠାରେ ତାର ଜଙ୍ଗଲୀ ସ୍ୱଭାବକୁ ଫେରାଇ ଆଣିବାକୁ ପ୍ରୟାସ କରାଯିବ ବୋଲି କୁହାଯାଇଛି । ଏହା ଉପରେ ମଧ୍ୟପ୍ରଦେଶ ହାଇକୋର୍ଟ ବାଘୁଣୀ ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ଏବେ ସୁନ୍ଦରୀକୁ ଫେରାଇ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପିସିସିଏପ୍ ହରିଶଙ୍କର ଉପାଧ୍ୟାୟ ।

ସୂଚନା ଅନୁଯାୟୀ, ବ୍ୟାଘ୍ର ପ୍ରଜନନର ବୃଦ୍ଧିପାଇଁ ଦୁଇ ବର୍ଷ ତଳେ ସୁନ୍ଦରୀକୁ ବାନ୍ଧବଗଡରୁ ଅଣାଯାୟୀ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିଲା । ହେଲେ ସେଠାରେ ତାର ରହିବାକୁ ନେଇ ବିବାଦ ଉପୁଜିଥିଲା । ଏହାପରେ ସୁନ୍ଦରୀକୁ ଫେରାଇ ନେବାପାଇଁ ଏନ୍‌ଟିସିଏ ନିସ୍ପର୍ତ୍ତି ନେଇଥିଲା । ବହୁ ଦିନ ହେଲା ବନ୍ଦୀ ଜୀବନ କାଟୁଥିବାରୁ ସୁନ୍ଦରୀର ଜଙ୍ଗଲୀ ସ୍ୱଭାବ ନଷ୍ଟ ହେବାରେ ଲାଗୁଥିଲା । ତେଣୁ ତାକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯିବା ସହ ସେଠାରେ ତାର ସ୍ୱଭାବରେ ପରିବର୍ତ୍ତନ ପାଇଁ ପୁଣିଥରେ ଜଙ୍ଗଲରେ ଛଡ଼ାଯିବ ବୋଲି ଏନ୍‌ଟିସିଏ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା