Masthead

ସୁଖ ଭୋଗିବା ଆଗରୁ ଆଖି ବୁଜିଲେ ସୂର୍ଯ୍ୟ ମାଉସୀ

ରାଇଘର(ବଡ଼ ଖବର ବ୍ୟୁରୋ): ଆଉ ନାହାନ୍ତି ସୂର୍ଯ୍ୟ ହରିଜନ । ଦୀର୍ଘ ବର୍ଷର ସଂଘର୍ଷ ପରେ ଗତକାଲି ଚିରନିଦ୍ରା ସୂର୍ଯ୍ୟ ହରିଜନ । ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବାଣୁଆଗୁଡା ପଂଚାୟତ ସଦର ମହକୁମାର ୭୦ବର୍ଷୀୟା ବୃଦ୍ଧା ସୂର୍ଯ୍ୟ ହରିଜନ । ଅସହାୟ ବୃଦ୍ଧା ଦିନେ ଏକ ଭଙ୍ଗା ଚୌକିକୁ ସାହାରା କରି ଦୁଇ ଶହ କିଲୋମିଟର ଚାଲି ବାର୍ଦ୍ଧକ୍ୟ ଭତା ପାଇଁ ଯାଉଥିଲେ । ଯାହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଖବର ପ୍ରସାରଣ ପରେ ପ୍ରଶାସନ ସୂର୍ଯ୍ୟଙ୍କ ଘରେ ପହଂଚି ଏକ ହ୍ଵିଲ ଚେୟାର ଓ ଛଅ ମାସର ପେନସନ ପ୍ରଦାନ କରିବା ସହ ତାଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଜୀବନରେ ଅନେକ ଯନ୍ତ୍ରଣା ସହିବା ପରେ ଯେତେବେଳେ ସୁଖ ଭୋଗିବାର ସମୟ ଆସିଲା, ସେତେବେଳେ ସେ ସୁଖ ଭୋଗ କରିବାକୁ ସୂର୍ଯ୍ୟ ହରିଜନ ଆଉ ନାହାନ୍ତି । ତାଙ୍କ ମୃତ୍ୟୁରେ ସମସ୍ତେ ଭାଙ୍ଗିପଡ଼ିଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ