Masthead

ସୂର୍ଯ୍ୟ ମନ୍ଦିର ଚୂଡ଼ାରେ ଆବିର୍ଭାବ ହେଲେ ସାକ୍ଷାତ ସୂର୍ଯ୍ୟ ନାରାୟଣ

କୋଣାର୍କ (ବଡ଼ ଖବର ବ୍ୟୁରୋ): ସୂର୍ଯ୍ୟ ମନ୍ଦିର ଚୂଡ଼ା ରେ ଆବିର୍ଭାବ ହେଲେ ସାକ୍ଷାତ ସୂର୍ଯ୍ୟ ନାରାୟଣ । ନିଜ କ୍ୟାମେରା ଲେନ୍ସରେ ତୋଳିଧରିଥିବା ଯୁବ ଫଟୋ ଗ୍ରାଫର ‘ବଡ଼ ଖବର’ କୁ ଦେଲେ ସାକ୍ଷାତକାର । ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ୟ୍ୟ ମନ୍ଦିର । ପ୍ରଭୁ ସୂର୍ଯ୍ୟ ନାରାୟଣ ଙ୍କ ପୂଜା ପାଇଁ ନିର୍ମାଣ କରାଯାଇଥିଲା। ୧୨୦୦ ବଢ଼େଇ,୧୨ ବର୍ଷ ର ରାଜସ୍ୱ,୧୨ ବର୍ଷ ର ବାଳକ ଧରମା ସେ ସମସ୍ତଙ୍କୁ ନେଇ ପ୍ରସ୍ତୁତ ହୋଇଛି ସୂର୍ଯ୍ୟ ଦେବତାଙ୍କ ଏହି ଭବ୍ୟ ମନ୍ଦିର।

କୁହାଯାଏ ସୂର୍ଯ୍ୟ ନାରାୟଣ ପୂର୍ବାକାଶରେ ଯେତେବେଳେ ଉଦୟ ହୁଅନ୍ତି ସେତେବେଳେ ତାଙ୍କ ପ୍ରଥମ କିରଣ ଏହି ମନ୍ଦିର ରେ ପଡେ।ସେଥିପାଇଁ ପ୍ରତିଦିନ ଏହି ଦୁର୍ଲଭ ମୁହୂର୍ତ୍ତର ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୁଏ। ମାତ୍ର ଖୁବ କମ ଲୋକେ ଏହି ମୁହୂର୍ତ୍ତର ଲାଭ ଉଠାଇ ପାରନ୍ତି। ଭଗବାନ ସୂର୍ଯ୍ୟ ଓ ସୂର୍ଯ୍ୟ ମନ୍ଦିରର ଦର୍ଶନ ଏକାଠି ସୌଭାଗ୍ୟ ବଶତଃ ମିଳେ। ସହଜେ ଏହି ଦୁର୍ଲଭ ସମୟର ଲାଭ ଲୋକେ ନେଇ ପାରନ୍ତି ନାହିଁ। ମାତ୍ର କୋଣାର୍କ ଅଞ୍ଚଳର ଜଣେ ଯୁବ ଫଟୋ ଗ୍ରାଫର ନିଜ ଫଟୋଗ୍ରାଫିରେ ଏକ ଆଶ୍ଚର୍ୟ୍ୟ ଚକିତ ଫଟୋ ଏହି ସୂର୍ଯ୍ୟ ମନ୍ଦିରରୁ ଉତ୍ତୋଳନ କରିଛନ୍ତି।

ଯେଉଁ ଫଟୋଚିତ୍ରରେ ସାକ୍ଷାତ ସୂର୍ଯ୍ୟ ନାରାୟଣଙ୍କ ମିଳନ ସୂର୍ଯ୍ୟ ମନ୍ଦିର ସହ ଏକ ବିଶେଷ ମୁହୂର୍ତ୍ତରେ ହୋଇଛି।ଫଟୋ ଚିତ୍ରଟିରେ ସୂର୍ଯ୍ୟ ନାରାୟଣ ସୂର୍ଯ୍ୟ ମନ୍ଦିରର ଚୂଡ଼ା ଉପରେ ଦର୍ଶନ ଦେଇଥିବା ଦେଖିବାକୁ ମିଳିଛି।୨୦୧୩ରେ ସୂର୍ଯ୍ୟ ମନ୍ଦିର ଭିତରେ ଫଟୋଗ୍ରାଫି କରୁଥିବାବେଳେ ଏହି ଦୁର୍ଲଭ ଫଟୋଟିକୁ ନିଜ କ୍ୟାମେରା ଲେନ୍ସରେ ଉତ୍ତୋଳନ କରିବାକୁ ସଫଳ ହୋଇଥିଲେ ଯୁବ ଫଟୋଗ୍ରାଫର ମଧୁସୂଦନ ଦାଶ।ଦୀର୍ଘ ଦିନ ଧରି ନିଜ ପାଖରେ ସାଇତି ରଖିଥିବା ଏହି ଫଟୋ ପାଇଁ ତାଙ୍କୁ ବିଭିନ୍ନ ଆଡୁ ବିଭିନ୍ନ ପ୍ରକାର ର ଲାଳସା ଦିଆଯାଇଛି । ମାତ୍ର କୌଣସି ଜିନିଷରେ ପ୍ରଲୋଭିତ ନହୋଇ ଏବଂ ଫଟୋକୁ ଅନ୍ୟ କାହାକୁ ନଦେଇ ସେ ଏହି ଫଟୋ କୁ ‘ବଡ଼ ଖବର’କୁ ହସ୍ତାନ୍ତର କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି