Masthead

‘ସୁଶାନ୍ତ ସିଂ ଜଣେ ଚରିତ୍ରହୀନ କଳାକାର’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବିହାରର ଚକଲେଟ୍ ବୟ ସୁଶାନ୍ତ ସିଂ ରାଜପୁତଙ୍କ ଜାଦୁକାରୀ ଅଭିନୟରେ ଯୁବପିଢି ଦୋହଲି ଯାଉଥିଲେ । ମାତ୍ର ତାଙ୍କର ସନ୍ଦେହଜନକ ମୃତ୍ୟୁୁ ସେମାନଙ୍କୁ ବ୍ୟଥିତ କରିଥିଲା । ଆରମ୍ଭ ହୋଇଯାଇଥିଲା ବିବାଦ । ତାଙ୍କ ଗର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରକୁ ସମସ୍ତେ ଅଙ୍ଗୁଳି ଉଠାଇଥିଲେ । ମୁମ୍ବାଇ ପୁଲିସର ତଦନ୍ତ ଅନେକଙ୍କୁ ସନ୍ତୁଷ୍ଟ କରିପାରି ନଥିଲା ।

ଆରମ୍ଭ ହୋଇଥିଲା ସିବିଆଇ ତଦନ୍ତ । ଏପରିକି ପୋଷ୍ଟମର୍ଟମ ରିପୋର୍ଟର ସତ୍ୟତା ପାଇଁ ଏମ୍ସର ଏକ ପ୍ରତିନିଧି ଦଳଙ୍କୁ ଦାୟିତ୍ୱ ଦିଆଯାଥିଲା । ସୁଶାନ୍ତଙ୍କୁ ହତ୍ୟା କରାଯାଇନାହିଁ, ସେ ଆତ୍ମହତ୍ୟା କରିଛନ୍ତି ବୋଲି ଏମ୍ସ ପ୍ରତିନିଧି ଦଳ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିବା ପରେ ସ୍ୱର ଶାଣିତ କରିଛି ଶିବସେନା ।

ସୋମବାର ପାର୍ଟି ମୁଖପତ୍ର ‘ସାମାନା’ର ସମ୍ପାଦକୀୟରେ ବଲିଉଡ ଅଭିନେତା ସୁଶାନ୍ତ ଜଣେ ଚରିତ୍ରହୀନ ବୋଲି ଉଲ୍ଲେଖ କରାଯାଇଛି । ଯେଉଁମାନେ ତାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ କରିଥିଲେ ସେମାନଙ୍କୁ ଟାର୍ଗେଟ କରିଛି ପାର୍ଟି । ସିବିଆଇ ଅନୁସନ୍ଧାନରୁ ଜଣାପଡିଛି ଯେ ସୁଶାନ୍ତ ଜଣେ ଚରିତ୍ରହୀନ ଏବଂ ଖେଳାଳୀ କଳାକାର ଥିଲେ ବୋଲି ସମ୍ପାଦକୀୟରେ ଲେଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ