ଗୁଣିଗାରେଡ଼ି ସନ୍ଦେହରେ ଗଲା ଜୀବନ

ବୈପାରିଗୁଡା (ବଡ଼ ଖବର ବ୍ୟୁରୋ): ଗୁଣିଗାରେଡ଼ି ସନ୍ଦେହ । ଟାଙ୍ଗିଆ ଚୋଟରେ ଜଣଙ୍କୁ ହାଣିଥିବା ସନ୍ଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି ବୈପାରିଗୁଡା ଥାନା ଧନିବାଲସା ଗ୍ରାମରେ । ମୃତକ ହେଲେ ମହାଦେବ ଖରା । ଦୁର୍ବୃତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ସୂଚନା ମିଳିଛି । ଆକ୍ରମଣରେ ମହାଦେବଙ୍କ ପତ୍ନୀ ମଙ୍ଗୁଳି ଖରା ଆହତ ହୋଇଛନ୍ତି। ବୈପାରିଗୁଡା ଥାନାରେ ମଙ୍ଗୁଳି ଅଭିଯୋଗ କରିବା ପରେ ପୁଲିସ୍ ଗାଁରେ ପହଞ୍ଚି ମୃତଦେହ ଜବତ କରିଛି। ହତ୍ୟାକାଣ୍ଡରେ ସଂପୃକ୍ତ ୪ ଗ୍ରାମବାସୀ ଫେରାର୍ ଥିବା ଜଣା ପଡିଛି। ଗତକାଲି ଗ୍ରାମର ବଳରାମ ଖରାଙ୍କ ମୃତ୍ୟୁ ହୋଇଥିଲା।

ଶେଷକୃତ୍ୟ ପାଇଁ ଗ୍ରାମବାସୀ ଶ୍ମଶାନକୁ ଯାଇଥିବା ବେଳେ ମହାଦେବ ଓ ମଙ୍ଗୁଳି ମଧ୍ୟ ଶ୍ମଶାନ ଯାଇଥିଲେ। କୌଣସି କାରଣକୁ ନେଇ କିଛି ଗ୍ରାମବାସୀଙ୍କ ସହ ମହାଦେବଙ୍କ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମର ହରି ଖରା, ଡମ୍ବରୁ ଖରା, ଅର୍ଜୁନ ଖରା, ଅଦିଆ ଖିଲ ମହାଦେବଙ୍କୁ ଆକ୍ରମଣ କରିଥିଲେ। ମହାଦେବ ଓ ମଙ୍ଗୁଳି ଘରକୁ ଦୌଡ଼ି ପଳାଇ ଆସିଥିଲେ ମଧ୍ୟ ଆକ୍ରମଣକାରୀ ପିଛା କରି ଘରକୁ ଆସି ଟାଙ୍ଗିଆରେ ହାଣିଥିଲେ। ଫଳରେ ଘର ଭିତରେ ହିଁ ମହାଦେବଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। କୌଶଳକ୍ରମେ ମଙ୍ଗୁଳି ଆକ୍ରମଣକାରୀଙ୍କ କବଳରୁ ଖସି ଆସି ବୈପାରିଗୁଡା ଥାନାରେ ଏତଲା ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ