Masthead

ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଚତୁର୍ଥ ଟି-୨୦; ୱେଷ୍ଟଇଣ୍ଡିଜକୁ ୯ ୱିକେଟ୍‌ରେ ହରାଇଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଓ୍ବେଷ୍ଟଇଣ୍ଡିଜ୍ ଚତୁର୍ଥ ଟି-୨୦ । ଘରୋଇ ଦଳ ୱେଷ୍ଟଇଣ୍ଡିଜକୁ ମାତ ଦେଲା ଭାରତ । ଯଶସ୍ବୀ ଜୟସ୍ବାଲ ଓ ଶୁଭମନ୍‌ ଗିଲଙ୍କ ଶତକୀୟ ଭାଗିଦାରୀ ବଳରେ ଟି-୨୦ ଶୃଙ୍ଖଳାର ୪ର୍ଥ ମୁକାବିଲାରେ ଭାରତର ବିଜୟ । ଶନିବାର ୱେଷ୍ଟଇଣ୍ଡିଜ୍‌କୁ ୯ ୱିକେଟ୍‌ରେ ପରାସ୍ତ କରିଛି ଭାରତ । ୧୭୯ର ବିଜୟ ଲକ୍ଷ୍ୟକୁ ରହିଥିବାବେଳେ ଗିଲ୍ ୭୭ ଏବଂ ଜୟସ୍ବାଲ ୮୪ ରନ କରି ଅପରାଜିତ ରହିଥିଲେ । ଲଢ଼ୁଆ ବ୍ୟାଟିଂ ସହ ଜୟସ୍ବାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଏଥି ସହିତ ଚଳିତ ଶୃଙ୍ଖଳା ୨-୨ରେ ପହଞ୍ଚିଛି। ପ୍ରଥମ ପାଳିରେ ୪ର୍ଥ ଟି-୨୦ରେ ଓ୍ବେଷ୍ଟଇଣ୍ଡିଜ୍ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୧୭୮ରନ କରିଥିଲା। ଦଳର ଦୁଇ ଓପନର କାଇଲ୍ ମେୟର୍ସ ଓ ବ୍ରାଣ୍ଡନ କିଙ୍ଗ୍ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ମେୟର୍ସ ୧୭ ରନ କରିଥିବାବେଳେ କିଙ୍ଗ ୧୯ ରନ କରିଥିଲେ ।

୩ୟ ସ୍ଥାନରେ ଆସିଥିବା ସାଇ ହୋପ୍ ୪୫ରନ କରିଥିଲେ । କିନ୍ତୁ ଦଳରୁ ୨ ମଧ୍ୟକ୍ରମ ବ୍ୟାଟର ନିକୋଲାସ ପୁରନ୍ ଓ ରୋଭମାନ ପାଓ୍ବେଲ ବିଫଳ ହୋଇଥିଲେ । ତେବେ ସିମରନ ହେଟମେୟର  ନିଜର ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୯ଟି ବଲରେ ୩ ଚୌକା ଓ ୪ ଛକା ସହ ୬୧ରନ କରିଥିଲେ । ଫଳରେ ଦଳ ଭାରତ ବିପକ୍ଷରେ ୧୭୮ ରନର ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା । ଭାରତ ପକ୍ଷରୁ ଅର୍ସଦୀପ ସିଂ ୩ଟି ଓ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ସିରିଜ୍ ଆଶା ବଜାୟ ରଖିବାକୁ ହେଲେ ଭାରତକୁ ଆଜିର ମ୍ୟାଚ ଜିତିବାକୁ ହେବ । ୫ ମ୍ୟାଚ ବିଶିଷ୍ଠ ଏହି ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍ ଯେଉଁ ଦଳ ଜିତିବ ସେ ସିରିଜ ହାତେଇବ । ଭାରତ ପ୍ରଥମ ଦୁଇଟି ମ୍ୟାଚ ହାରିଥିଲେ ସୁଦ୍ଧା ଦମଦାର କମବ୍ୟାକ କରିଛି । ଶେଷ ଦୁଇ ମ୍ୟାଚ ଜିତିଥିବାବେଳେ ଅନ୍ତିମ ମ୍ୟାଚରେ ମଧ୍ୟ ବିଜୟୀ ହୋଇ ସିରିଜ ହାତେଇବା ଲକ୍ଷ୍ୟରେ ରହିବ ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ