Masthead

ଜାପାନରେ ଭୟଙ୍କର ଭୁସ୍ଖଳନ: ୨୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାପାନରେ ଭୟଙ୍କର ଭୁସ୍ଖଳନ । ସହର ଉପରେ ମାଡ଼ିଗଲା ପାହାଡ଼। ମାଟି ଧସି ଆସି ପୋତି ପକାଇଲା ସବୁକିଛି। ଆତାମି ସହରରେ ଘଟିଛି ଏଭଳି ର୍ଦୁଘଟଣା । ଏଭଳି ଚିତ୍ର ଦେଖିଲେ ଛାତି ଥରି ଉଠିବ। ୨୦ରୁ ଅଧିକ ନିଖୋଜ ଥିବାର ସୂଚନା ରହିଛି । ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସମୁଦ୍ର କୂଳିଆ ସହରାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବର୍ଷା ଲାଗି ରହିବା ପରେ ହଠାତ ମାଟି ଅତଡା ଧସି ଆସିଥିଲା। ପଙ୍କୁଆ କାଦୁଅ ଘରଦ୍ବାର ଭାଙ୍ଗି ମାଡ଼ି ଆସିଥିଲା । ତାର ବିଶାଳ ଆଁ ଭିତରେ ସବୁକିଛି ଭର୍ତ୍ତି କରିଦେଇଥିଲା। ଛୋଟ ଛୋଟ କାର ଉପରେ ମାଡ଼ିଯାଇଥିଲା ମାଟି। ଘରଗୁଡ଼ିକ ତାଡ଼ି ଦେଇଥିଲା। ଏହି ଘଟଣାରେ ୧୯ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଘଟଣାସ୍ଥଳରେ ସେଲ୍ଫ ଡିଫେନସ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରବଳ ବର୍ଷା ଲାଗି ଧସି ଆସିଥିବା ମାଟି ଘରଦ୍ବାରକୁ ସମୁଦ୍ର ପର୍ଯ୍ୟନ୍ତ ତାଡ଼ିନେଇଛି। ପ୍ରାୟ ୩ଶହ ପରିବାର ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି