Masthead

ଜାପାନରେ ଭୟଙ୍କର ଭୁସ୍ଖଳନ: ୨୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାପାନରେ ଭୟଙ୍କର ଭୁସ୍ଖଳନ । ସହର ଉପରେ ମାଡ଼ିଗଲା ପାହାଡ଼। ମାଟି ଧସି ଆସି ପୋତି ପକାଇଲା ସବୁକିଛି। ଆତାମି ସହରରେ ଘଟିଛି ଏଭଳି ର୍ଦୁଘଟଣା । ଏଭଳି ଚିତ୍ର ଦେଖିଲେ ଛାତି ଥରି ଉଠିବ। ୨୦ରୁ ଅଧିକ ନିଖୋଜ ଥିବାର ସୂଚନା ରହିଛି । ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସମୁଦ୍ର କୂଳିଆ ସହରାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବର୍ଷା ଲାଗି ରହିବା ପରେ ହଠାତ ମାଟି ଅତଡା ଧସି ଆସିଥିଲା। ପଙ୍କୁଆ କାଦୁଅ ଘରଦ୍ବାର ଭାଙ୍ଗି ମାଡ଼ି ଆସିଥିଲା । ତାର ବିଶାଳ ଆଁ ଭିତରେ ସବୁକିଛି ଭର୍ତ୍ତି କରିଦେଇଥିଲା। ଛୋଟ ଛୋଟ କାର ଉପରେ ମାଡ଼ିଯାଇଥିଲା ମାଟି। ଘରଗୁଡ଼ିକ ତାଡ଼ି ଦେଇଥିଲା। ଏହି ଘଟଣାରେ ୧୯ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଘଟଣାସ୍ଥଳରେ ସେଲ୍ଫ ଡିଫେନସ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରବଳ ବର୍ଷା ଲାଗି ଧସି ଆସିଥିବା ମାଟି ଘରଦ୍ବାରକୁ ସମୁଦ୍ର ପର୍ଯ୍ୟନ୍ତ ତାଡ଼ିନେଇଛି। ପ୍ରାୟ ୩ଶହ ପରିବାର ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ