Masthead

 ନ୍ୟୁଜିଲାଣ୍ଡରେ ଭୟଙ୍କର ବାତ୍ୟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନ୍ୟୁଜିଲାଣ୍ଡରେ ବାତ୍ୟା ଗେବ୍ରିୟଲର ତାଣ୍ଡବ । ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି । ଯାହାକୁ ନେଇ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ବାତ୍ୟା ଗେବ୍ରିୟଲ ଆଗକୁ ବଢ଼ିବା ସହ ସାମୁଦ୍ରିକ ଝଡ଼ ପ୍ରକୋପ ଦେଖାଉଛି । ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପ ଆଡକୁ ବଢୁଛି ବାତ୍ୟା ଗେବ୍ରିୟଲ । ଅକଲାଣ୍ଡ ଓ ଆଖାପାଖ ଅଞ୍ଚଳରେ ହିଟ୍‌ କରିପାରେ ସାମୁଦ୍ରିକ ବାତ୍ୟା । ଏହାର ପ୍ରକୋପକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଜାରି ହୋଇଛି । ଏବେ ଅକଲାଣ୍ଡର ପୂର୍ବରେ ଶହେ କିଲୋମିଟର ଦୂରରେ ରହିଛି ସାମୁଦ୍ରିକ ଝଡ଼ ।

ଏହା ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ଗତି କରିବ । ବାତ୍ୟା ପ୍ରଭାବରେ ଆରମ୍ଭ ହୋଇଛି ପ୍ରବଳ ବର୍ଷା ପବନ । ଯେଉଁଥିପାଇଁ ଅନ୍ଧାରରେ ଅଛନ୍ତି ୫୮ହଜାର ଘର । ବହୁ ଘରଦ୍ୱାର ଭାଙ୍ଗିଥିବା ବେଳେ ଉପୁଡିଛି ବିଦ୍ୟୁତ ଖୁଣ୍ଟ । ଯାହାଦ୍ୱାରା ବିଦ୍ୟୁତ ସରବରାହ ବ୍ୟାହାତ ହୋଇଛି । ସମୁଦ୍ରରେ ଉଠୁଛି ବଡ଼ ବଡ଼ ଜୁଆର । ସମୁଦ୍ର ପାଣି କୂଳ ଲଂଘି ଜନବସତିରେ ପଶିଲାଣି । ବାତ୍ୟାକୁ ଦୃଷ୍ଟିରେ ରଖି ଅକଲାଣ୍ଡ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି । କୋରମଣ୍ଡଳ ଓ ଗେସ୍ୱୋବର୍ଣ୍ଣରେ ଲୋକଙ୍କୁ ଘର ଖାଲି କରିବାକୁ କୁହାଯାଛି । ଅକଲ୍ୟାଣ୍ଡରେ ବନ୍ଦ ରହିଛି ସ୍କୁଲ ଓ କଲେଜ । ନର୍ଥଲ୍ୟାଣ୍ଡ ଅଞ୍ଚଳରେ ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ