Masthead

ଆସାମ-ମିଜୋରାମ ସୀମା ବିବାଦର ଆପୋସ ସମାଧାନ ହେବ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସାମ-ମିଜୋରାମ ସୀମା ବିବାଦର ଆପୋସ ସମାଧାନ ହେବ । ଦୁଇ ରାଜ୍ୟର ମୁଖ୍ୟମାନେ ପରସ୍ପର ମଧ୍ୟରେ ଆଲୋଚନା କରି ବିବାଦର ଆପୋସ ସମାଧାନ କରିବେ । କେନ୍ଦ୍ର ଗୃହ ସଚିବ ବିଜୟ ଭଲ୍ଲାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ହୋଇଛି । ଦୁଇ ରାଜ୍ୟର ସୀମାର ବିବାଦୀୟ ଅଞ୍ଚଳରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ମୁତୟନ ପାଇଁ ମଧ୍ୟ ଚୂଡାନ୍ତ ହୋଇଛି । ଦୁଇ ରାଜ୍ୟ ଦେଇ ଯାଇଥିବା ୩୦୬ଜାତୀୟ ରାଜପଥରେ ମଧ୍ୟ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ।

କେନ୍ଦ୍ରର ନିଷ୍ପତ୍ତିକୁ ଦୁଇ ରାଜ୍ୟର ପ୍ରତିନିଧିମାନେ ମାନି ନେଇଛନ୍ତି । ସୋମବାର ଆସାମ ଓ ମିଜୋରାମ ସୀମାରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏଥିରେ ଆସାମର ୬ପୋଲିସ କର୍ମଚାରୀଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହେବା ପରେ ଦୁଇ ରାଜ୍ୟ ମଧ୍ୟରେ ଉତ୍ତେଜନା ବଢିଥିଲା । ମିଜୋରାମକୁ ସଂଯୋଗ କରୁଥିବା ରେଳ ଓ ସଡ଼କ ପଥକୁ ଆସାମ ସରକାର ବନ୍ଦ କରିଦେଇଥିବାରୁ ଏଡାକୁ ସ୍ୱାଭାବିକ କରିବା ପାଇଁ ମିଜୋରାମ ପକ୍ଷରୁ ଦାବି କରାଯାଇଛି । ବୈଠକରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା