Masthead

ବୁଦାମୂଳରୁ ଉଦ୍ଧାର ହେଲା ଶିଶୁକନ୍ୟା

ସୋର (ବଡ଼ ଖବର ବ୍ୟୁରୋ): ଜନ୍ମ କରିବା ପରେ ଅଲୋଡା ଶିଶୁ କନ୍ୟାକୁ ଅତି ଅମାନବିକତା ଭାବେ ଏକ ବୁଦା ମୂଳକୁ କେହି ଜଣେ ଫିଙ୍ଗି ଦେଇଥିବା ବେଳେ ସୋର ପୌରାଞ୍ଚଳ କମରପୁର ଗ୍ରାମର ଜଣେ ଆଶ୍ରମ ମାଲିକ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ ସକାଳେ କମରପୁର ଅନ୍ନପୂର୍ଣ୍ଣା ମିଲ କ୍ୟାମ୍ପସ ଭିତରେ ଥିବା ବଙ୍କବିହାରି ଆଶ୍ରମର ମାଲିକ ତ୍ରିଲୋକ୍ୟ ଦାସ ସକାଳେ ଉଠିବା ପରେ ଏକ ଶିଶୁର କାନ୍ଦ ଶୁଣି ତାଙ୍କ ସ୍ତ୍ରୀଙ୍କୁ ଡାକି ଖୋଜିଥିଲେ। ପରେ ଏକ ବୁଦା ମୂଳରୁ ବୁରା ଭିତରେ ଗୋଡ଼ାଯାଇ ଅତ୍ୟନ୍ତ ଅମାନବିକତା ଭାବେ ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିଲେ। ଦେହରେ କ୍ଷତ ବିକ୍ଷତ ହୋଇଥିବା ଶିଶୁ କନ୍ୟାଟିକୁ ଉଷୁମ ପାଣିରେ ଧୋଇବା ପରେ ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଚିକିତ୍ସା କରାଇବା ପରେ ଶିଶୁ କନ୍ୟାର ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନତାର କରାଯାଇଛି।

ପ୍ରକୃତରେ ଆଜିକା ସମାଜରେ ଶିଶୁ କନ୍ୟାଟିଏ କେତେ ଅଲୋଡା ହୋଇପଡିଛି। ଜନ୍ମ ନେବା ପରେ ବିଛଣା ବଦଳରେ ବୁଦା ମୂଳକୁ ଆଶ୍ରୟ ଶିଶୁ କନ୍ୟାଟି ଜନ୍ଦା ପିମ୍ପୁଡି କାମୁଡ଼ାରେ କ୍ଷତ ବିକ୍ଷତ ହୋଇ ଚିତ୍କାର କରିବା ଛଡା ଆଉ ଅବା କଣ କରିପାରିବ। ଭଗବାନଙ୍କ ଆଶୀର୍ବାଦ ଥିଲା ବୋଲି ଆଜି ସେ ବଂଚିଗଲା ସିନା କିନ୍ତୁ ଯେଉଁ ମା ଜନ୍ମପରେ ତାକୁ ଫିଙ୍ଗିଯାଇଛି ସେ କଣ କେବେ ଈଶ୍ୱରଙ୍କ ପାଖରେ କ୍ଷମାର ଯୋଗ୍ୟ ହୋଇପାରିବ। କେଉଁ ଦୋଷ ପାଇଁ ନବ ଜାତ ଶିଶୁ କନ୍ୟାକୁ ଏମିତି ତା ମା ଫିଙ୍ଗିଦେଲା ଶିଶୁକନ୍ୟାଟି କେବଳ ନିଜଛଡ଼ା କାହାକୁ ପଚାରି ପାରିବ ଏ କଥା। ଏ ସଭ୍ୟ ସମାଜରେ ଆଜିର ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ ହେବାକୁ ବାଧ୍ୟ କରିଛି। ଯିଏ ବି ଏ ଅପରାଧରେ ସାମିଲ ସେ କଠୋର ତୁ କଠୋର ଦଣ୍ଡ ପାଇବା ଦରକାର।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି