Masthead

ଖାଇବା ତେଲରେ ମହା ଠକେଇ!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଖାଇବା ତେଲରେ ମହା ଠକେଇ । ୯୧୦ଗ୍ରାମ ବଦଳରେ ମିଳୁଛି ୮୫୦ଗ୍ରାମରୁ ବି କମ ତେଲ । ଚିନ୍ତା ପ୍ରକଟ କଲା ଓଡ଼ିଶା ବ୍ୟବସାୟୀ ମହାସଂଘ । ଖାଇବା ତେଲ ପାଉଚ୍ କିଣିବା ବେଳେ ଗ୍ରାହକମାନେ ଯେମିତି ଟଙ୍କା ଗଣୁଛନ୍ତି ତାଙ୍କୁ ସେତିକି ତେଲ ମିଳୁ ନାହିଁ । ଏକ ଲିଟର ପାଉଚର ଓଜନ ୯୧୦ ଗ୍ରାମ ରହିବା କଥା । ମାତ୍ର ରାଜ୍ୟରେ ବିକ୍ରି ହେଉଥିବା କେତେକ ଖାଇବା ତେଲ ପାଉଚର ଓଜନ ୮୫୦ ଗ୍ରାମରୁ ବି କମ୍ ରହୁଛି ।

ଏହାକୁ ନେଇ ଓଡ଼ିଶା ବ୍ୟବସାୟୀ ମହାସଂଘ ଚିନ୍ତା ପ୍ରକଟ କରିଛି । ଏହି ଠକେଇ ବିରୋଧରେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଛି ସଂଘ । କମ ଓଜନର ତେଲ ବିକ୍ରି କରୁଥିବା କମ୍ପାନିଙ୍କ ବିରୋଧରେ ଭୁବନେଶ୍ୱର ଖାଉଟି ଅଦାଲତରେ ମାମଲା ରୁଜୁ କରାଯାଇଛି । ଏହି କମ୍ପାନି ମାନଙ୍କ ବିରୋଧରେ ଆସନ୍ତା ୨୩ ଦିନ ମଧ୍ୟରେ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ କରାଯିବ ବୋଲି କହିଛି ବ୍ୟବସାୟୀ ମହାସଂଘ ।

ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି ସର୍ବଭାରତୀୟ ସ୍ତରରେ ଖାଇବା ତେଲକୁ ନେଇ ଏକ ନିର୍ଦ୍ଧିଷ୍ଟ ମାନକ ଧାର୍ଯ୍ୟ କରିବା ଲାଗି କୋର୍ଟଙ୍କୁ ନିବେଦନ କରାଯାଇଛି । ଯେଉଁ ଖାଇବା ତେଲ ପାଉଚ ଗୁଡିକର ଓଜନ ୮୫୦ ଗ୍ରାମରୁ କମ୍ ସେଗୁଡିକୁ ନ ନେବା ପାଇଁ ଡିଲରମାନଙ୍କୁ ମହାସଂଘ ପକ୍ଷରୁ ଆହ୍ୱାନ ଦିଆଯାିଛି । ବିଶେଷ କରି ପାମୋଳିନ ତେଲର ଓଜନରେ ଅଧିକ ତାରତମ୍ୟ ରହୁଥିବା ଜଣାପଡ଼ିଛି । ପାଉଚରେ ୮୭୦ ଗ୍ରାମ ଲେଖା ହୋଇଥିବା ତେଲ କିଣିବା ଲାଗି ମହାସଂଘ ପକ୍ଷରୁ ଗ୍ରାହକଙ୍କୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ