Masthead

ମିଳିଲା ଲ୍ୟାବ୍ ଆସିଷ୍ଟାଣ୍ଟଙ୍କ ମୃତଦେହ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):     କଟକ ଜଗତପୁରରେ ଗତକାଲି ମହାନଦୀ ବ୍ରିଜରୁ ଡେଇଁ ନିଖୋଜ ଥିବା ଲ୍ୟାବ ଆସିଷ୍ଟାଣ୍ଟ ଦେବାଶିଷ ଦାସଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି । କଟକ ଜିଲ୍ଲା କିଷନଗରର ଥାନା ସିର୍ଲୋ ବ୍ରାହ୍ମଣଖଣ୍ଡ ମହାନଦୀ ପଠାରୁ ମୃତଦେହକୁ ଉଦ୍ଧାର କରାଯାଇଛି । ଏ ନେଇ ସାଲେପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ସୂଚନା ଦେଇଛନ୍ତି । ତେବେ ଉଦ୍ଧାର ହୋଇଥିବା ଲ୍ୟାବ ଆସିଷ୍ଟାଣ୍ଟ ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ।

ଜଗତପୁର ପୋଲିସ ଦେଇଥିବା ସୂଚନା ଅନୁଯାଇ ସେ କାରରେ ତାଙ୍କ ଘରୁ ଟାଙ୍ଗୀ ଆଭିମୁଖେ ଯାଉଥିଲେ । ସାଥିରେ ତାଙ୍କ ଡ୍ରାଇଭର ମଧ୍ୟ ଥିଲେ । ମହାନଦୀ ବ୍ରିଜରୁ ସେ ତାଙ୍କ କାରକୁ ଅଟକାଇଥିଲେ । କାର ଅଟକିବା ପରେ ସେ ହଠାତ ନଦୀକୁ ଡେଇଁ ପଡିଥିଲେ ।ଅ ନେକ ଖୋଜାଖୋଜି ପରେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସର ତଦନ୍ତ ପରେ ଜଣା ପଡିଥିଲା ଯେ ଗତ କିଛି ଦିନ ଧରି ଦେବାଶିଷ ଚିନ୍ତିତ ଥିଲେ । ପାରିବାରିକ ସମସ୍ୟା ନେଇ ସେ ଚିନ୍ତିତ ଥିଲେ । ତେବେ ଏ ନେଇ ପୋଲିସ ଅଧିକ ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ