Masthead

‘ବଙ୍ଗଳା’ ଦୁଇଫାଳ

ପାଟନା(ବଡ଼ ଖବର ବ୍ୟୁରୋ): ଦିବଂଗତ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଦେହାନ୍ତ ହେବାକୁ ବର୍ଷେ ନପୁରୁଣୁ ତାଙ୍କ ଦଳ ଦୁଇଫାଳ ହୋଇଛି। ରାମବିଳାଶଙ୍କ ଦେହାନ୍ତ ପରେ ପୁଅ ଚିରାଗ ପାଶୱାନ ଓ ଭାଇ ପଶୁପତି ପାରସଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷମତା ବିବାଦ ଦଳକୁ ଭାଗଭାଗ କରିଦେଇଛି। ନିର୍ବାଚନ ଆୟୋଗ ଆଜି ଏଲଜେପିକୁ ପୃଥକ ପୃଥକ କରି ଦୁଇଟି ଭାଗରେ ବିଭକ୍ତ କରିଦେଇଛନ୍ତି। ଏଲଜେପିର ଉତ୍ତରାଧିକାରୀ ଭାବରେ ଚିରାଗଙ୍କୁ ମୂଳଅଂଶ ଦିଆଯାଇଥିବା ବେଳେ ଅନ୍ୟ ଅଂଶଟିକୁ ପଶୁପତିଙ୍କୁ ହସ୍ତାନ୍ତର କରାଯାଇଛି।

ଏଲଜେପିର ମୂଳ ଦଳୀୟ ଚିହ୍ନ ବଙ୍ଗଳାକୁ ମଧ୍ୟ ଭାଙ୍ଗି ନିର୍ବାଚନ ଆୟୋଗ ଅଲଗା ଅଲଗା ସଙ୍କେତ ପ୍ରଦାନ କରିଛନ୍ତି। ଚିରାଗଙ୍କ ନେତୃତ୍ଵରେ ପରିଚାଳିତ ହେବାକୁ ଥିବା ଦଳ ଏଏଲଜେପି ରହିଥିବା ବେଳେ ପଶୁପତିଙ୍କ ନେତୃତ୍ଵାଧିନ ଦଳର ରାଷ୍ଟ୍ରୀୟ ଲୋକଜନଶକ୍ତି ପାର୍ଟି ରହିଛି। ସେହିପରି ଚିରାଗଙ୍କ ଦଳକୁ ସାଙ୍କେତିକ ଚିହ୍ନ ହେଲାକପ୍ଟର ଦିଆଯାଇଥିବା ବେଳେ ପଶୁପତିଙ୍କୁ ସିଲେଇ ମେସିନ ଚିହ୍ନ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ