Masthead

କୂଅ ଛାତ ଭୁଶୁଡିବା ଘଟଣା, ମନ୍ଦିରରେ ବୁଲିଲା ବୁଲଡୋଜର

ଇନ୍ଦୋର (ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ବେଲେଶ୍ୱର ମହାଦେବ କୂଅ ଛାତ ଭୁଶୁଡ଼ିବା ଘଟଣା । ବାମ୍ଫିକୂଅରେ ପଡ଼ି ୨୧ଜଣ ମହିଳା ଓ ଦୁଇଜଣ ଶିଶୁଙ୍କ ସମେତ ୩୬ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ପ୍ରଶାସନ ପଶିଛି ଚେତା । ବେଆଇନ ମନ୍ଦିର ନିର୍ମାଣକୁ ଭାଙ୍ଗିବା ପାଇଁ ଘଟଣାସ୍ଥଳରେ ନଗରନିଗମ ଓ ପୁଲିସ ଦଳ ସୋମବାର ପହଞ୍ଚିଛନ୍ତି। ମନ୍ଦିରରେ ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ପାଞ୍ଚରୁ ଅଧିକ ପୋକଲେନ ଓ ଜେସିବିର ସାହାଯ୍ୟ ନିଆଯାଇଛି।

ତେବେ ଏହି ଉଚ୍ଛେଦ କାମ ବେଳେ କୌଣସି ଗଣ୍ଡଗୋଳ ଯେମିତି ନଉପୁଜେ ସେଥିପାଇଁ ୪ଟି ଥାନାର ପୁଲିସ ଫୋର୍ସକୁ ନିୟୋଜିତ କରାଯାଇଛି। ଇନ୍ଦୋର ନଗର ନିଗମର ଅତିରିକ୍ତ ସଚିବ କହିଛନ୍ତି, ‘ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ନଗର ନିଗମ ପକ୍ଷରୁ ମନ୍ଦିରର ଅବୈଧ ନିର୍ମାଣକୁ ଭାଙ୍ଗାଯାଇଛି । ଯେଉଁ ଭାଗ ଭଙ୍ଗାଯାଇଛି, ତାହା ବିନା ଅନୁମତିରେ ନିର୍ମାଣ କରାଯାଇଥିଲା । ଭବିଷ୍ୟତରେ ଏହାକୁ ନେଇ ବିପଦ ରହିଥିବାରୁ ନଗର ନିଗମ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି