Masthead

ଭଙ୍ଗା କୁଡିଆରେ ବିତୁଛି ଦିନ

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗରିବ ଅସହ୍ୟ ଲୋକଙ୍କୁ ପକ୍କାଘର ଯୋଗାଇ ଦେଉଛନ୍ତି । କିନ୍ତୁ ଏହା ସାଧାରଣ ଲୋକଙ୍କ ନିକଟରେ ପହଂଚିବା ସାତ ସପନ । ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସହନ ଗ୍ରାମରେ । ଦିନରେ ଭଙ୍ଗା କୁଡ଼ିଆର ଭିତରେ ପଡୁଛି ସୂର୍ଯ୍ୟ ଓ ରାତିରେ ପଡୁଛି ଜହ୍ନ । ଏହି ଭଙ୍ଗା ଘରେ ବସ ବାସ କରୁଛନ୍ତି ଷୋହଳ ନମ୍ବର ୱାର୍ଡର ଦାସର ବୈକୁଣ୍ଠ । ବିପଦ ପୂର୍ଣ୍ଣ ମାଟି ଘରେ ଚଳୁଛନ୍ତି ଦାସର ବୈକୁଣ୍ଠଙ୍କ ସହ ତାଙ୍କ ପିଲାମାନେ । ବର୍ଷା ଦିନେ ଗଳୁଛି ପାଣି । ଘରଟି ନଈ ବନ୍ଧଉପରେ ଅବସ୍ଥିତ । ସେହି ଝାଟିମାଟି ଘରେ ଚଳନ୍ତି ଦାସର ବୈକୁଣ୍ଠଙ୍କପରିବାର । ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କୁ କହିଲେ ମଧ୍ୟ ଶୁଣୁ ନାହାନ୍ତି । ଆଶ୍ରୟ ନେବାକୁ କୋଣସି ବିକଳ୍ପ ବ୍ୟବସ୍ତା ନ ଥିବାରୁ ଦର ଭଙ୍ଗା ଘରେ ପରିବାରକୁ ନେଇ ଚଳୁଛନ୍ତି । ଅପେକ୍ଷାରେ ଅଛନ୍ତି କେବେ ସରକାର ତାଙ୍କ ଦୁଃଖ ବୁଝି ଆବାସ ପ୍ରଦାନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା