Masthead

ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫାତିମା ବିବିଙ୍କ ପରଲୋକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଜଷ୍ଟିସ ଫାତିମା ବିବିଙ୍କ ଗୁରୁବାର ପରଲୋକ ଘଟିଛି । ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ସର୍ବୋଚ୍ଚ ଅଦାଲତରେ ବିଚାରପତି ହେବାର ସେ ପ୍ରଥମ ମୁସଲିମ ମହିଳା ମଧ୍ୟ । ୧୯୫୦ ଜାନୁଆରୀ ୨୬ରେ ସୁପ୍ରିମକୋର୍ଟ ସ୍ଥାପନ ହେବା ପରଠାରୁ ୭୧ ବର୍ଷ ମଧ୍ୟରେ ମାତ୍ର ୮ ମହିଳା ହିଁ ସର୍ବୋଚ୍ଚ ଅଦାଲତରେ ନିଯୁକ୍ତି ହୋଇଛନ୍ତି । ୧୯୮୯ରେ ଜଷ୍ଟିସ ଫାତିମା ପ୍ରଥମ ମହିଳା ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସେ ୧୯୯୨ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ । ଅବସର ପରେ ସେ ଜାତୀୟ ମାନବାଧିକାର କମିଶନ ସଦସ୍ୟ ଥିଲେ । ପରେ ତାଙ୍କୁ ତାମିଲନାଡୁ ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଥିଲା । ୧୯୯୭ରୁ ୨୦୦୧ ପର୍ଯ୍ୟନ୍ତ ସେ ରାଜ୍ୟପାଳ ରହିଥିଲେ । ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ୪ ଅଭିଯୁକ୍ତଙ୍କ ଦୟା ଆବେଦନକୁ ସେ ଖାରଜ କରିଥିଲେ । ପରେ ସେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ୧୯୨୭ ଏପ୍ରିଲ ୩୦ରେ ଜଷ୍ଟିସ ଫାତିମାଙ୍କ ଜନ୍ମ । ତାଙ୍କ ବାପା ତାଙ୍କୁ ଆଇନ ପାଠ ପଢିବା ଲାଗି ଉତ୍ସାହିତ କରିଥିଲେ । ୧୯୫୦ରେ ସେ ବାର କାଉନସିଲ ପରୀକ୍ଷାରେ ପ୍ରଥମ ଆସିବା ସହ ଗୋଲ୍ଡ ମେଡାଲ ହାସଲ କରିଥିଲେ । କେରଳରେ ସେ ଓକିଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୭୪ରେ ସେ ଜିଲ୍ଲା ସେସନ୍ସ ଜଜ୍ ହୋଇଥିଲେ । ୧୯୮୦ରେ ଟାକ୍ସ ଆପିଲେଟ ଟ୍ରିବୁ୍ୟନାଲରେ ସେ ଯୋଗ ଦେଇଥିଲେ । ୧୯୮୩ରେ କେରଳ ହାଇକୋର୍ଟର ବିଚାରପତି ହୋଇଥିଲେ । ଏହାର ୬ ବର୍ଷ ପରେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ହୋଇ ଇତିହାସ ରଚିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ