Masthead

ରେଜଲ୍ଟ ଟାଇମ ପାଖେଇ ଆସୁଛି, ନେତାଙ୍କ ହାର୍ଟ ବିଟ ବଢି ବଢି ଚାଲୁଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ଶେଷ ପର୍ଯ୍ୟାୟ ନିର୍ବାଚନ । କାହାକୁ ମିଳିବ କେତେ ଆସନ? ନେତାଙ୍କ ଭାଗ୍ୟ ହୋଇସାରିଛି ଲକ୍ । ଜୁନ ୪ରେ ହେବ ଅନଲକ୍ । କିଏ ଗଢ଼ିବ ସରକାର? କାହାର ପଲା ରହିବ ଭାରି । କେନ୍ଦ୍ରରେ ମୋଦି ନା ଆଉ କିଏ? ରାଜ୍ୟରେ ଷଷ୍ଠ ଥର ପାଇଁ ନବୀନ ଧରିବେ କି ମଙ୍ଗ ? ଜୁନ୍ ୪ ଭୋଟ ଗଣତି ପରେ ହୋଇଯିବ ଫଇସଲା । ଆଉ ମାତ୍ର ଦୁଇ ଦିନ । ରେଜଲ୍ଟ ଟାଇମ ଯେତେ ପାଖେଇ ଆସୁଛି ନେତାଙ୍କ ଛାତି ସେତେ ଧଡ଼ ଧଡ଼ ହେବାରେ ଲାଗିଛି ।

ରାଜ୍ୟରେ ଶନିବାର ସରିଛି ଶେଷ ପର୍ୟ୍ୟାୟ ଭୋଟ । ଭୋଟ ସରିବା ପରେ ସନ୍ଧ୍ୟାରୁ ଆରମ୍ଭ ହୋଇଛି ଏଗଜିଟ୍ ପୋଲ । ସମ୍ଭାବ୍ୟ ଭୋଟ ଫଳାଫଳକୁ ନେଇ ସବୁ ଶିବିରରେ ଚାଲିଛି ମାନସ ମନ୍ଥନ । ଭୋଟ ମହାଲଢ଼େଇରେ ବିଜେତା କିଏ ତାହା ଜାଣିବାକୁ ସବୁ ମହଲରେ ଉତ୍ସୁକତା ଭରି ରହିଛି । ଏକଜିଟ ପୋଲରୁ ଆସୁଛି ଭିନ୍ନ ଭିନ୍ନ ମତ । କେତେବେଳେ ବିଜେଡିର ପଲ୍ଲା ଭାରି ରହୁଛି ତ ପୁଣି କେତେବେଳେ ବିଜେପିର । ଅପେକ୍ଷା ଜୁନ୍ ୪ । ଭୋଟ ଗଣତି ହିଁ କହିବ କିଏ କରିବ ରାଜ୍ୟରେ ସରକାର । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ୨୧ ଲୋକସଭା ସହ ୧୪୭ ବିଧାନସଭା ପାଇଁ ଭୋଟ ଗ୍ରହଣ ସରିଛି । ମତଦାନ ପରେ ଇଭିଏମ୍ ଓ ଭିଭିପାଟ୍ ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି ।

ସେପଟେ ଭୋଟ ଗଣତି ପୂର୍ବରୁ କିଏ ଦେବାଦେବୀଙ୍କ ଶରଣ ଗଲେଣି ତ ଆଉ କିଏ ଜ୍ୟୋତିଷଙ୍କ ପରାମର୍ଶରେ ପୂଜାପାଠ କଲେଣି । ୪ରେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଜୋର ଧରିଛି । ଏଥିପାଇଁ ରିଟର୍ଣ୍ଣିଂ ଅଫିସରମାନଙ୍କୁ ତାଲିମ ଦିଆଯାଇଛି । ନିରପେକ୍ଷ ଓ ସ୍ୱଛ ଗଣତି ପାଇଁ ବୈଷୟିକ ଦିଗକୁ ଫୋକସ୍ କରି ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ପ୍ରଥମେ ରିଟର୍ଣ୍ଣିଂ ଅଫିସରଙ୍କ ଟେବୁଲରେ ପୋଷ୍ଟାଲ ବାଲଟର ଗଣତି ହେବ । ଓଡ଼ିଶାରେ ବିଧାନସଭା ସହ ଲୋକସଭାର ଏକାଥରକେ ଭୋଟ୍ ହୋଇଥିବାରୁ ଗଣତି ସମୟସାପେକ୍ଷ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି