Masthead

ଶିମିଳିପାଳ ଗଡ଼ ଦେବମାତାଙ୍କ ବିୟୋଗ

ଯସିପୁର (ବଡ଼ ଖବର ବ୍ୟୁରୋ): ଶିମିଳିପାଳ ଗଡ଼ର ସ୍ୱର୍ଗତ ଦେବରାଜ ଶ୍ରୀ ଶ୍ରୀ ବୃନ୍ଦାବନ ମହାପାତ୍ରଙ୍କ ପତ୍ନୀ ତଥା ବାଥୁଡି ସମ୍ପ୍ରଦାୟର ଦେଵମାତା ଅଧିକ ମହାପାତ୍ରଙ୍କର ବୁଧବାର ଖୁଣ୍ଟା ବ୍ଲକର ଭୋଷପାଳ ସ୍ଥିତ ରାଣୀଭୋଳ ମଠରେ ମୃତ୍ୟ ଘଟିଛି । ବିଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ବାଥୁଡି ସମାଜରେ ଶୋକର ଛାୟା ଖେଳିଯାଇଛି ।

ପୂର୍ବରୁ ଶିମିଳିପାଳ ଗଡ଼ର ଶାସନ ଭାର ବାଥୁଡି ସମ୍ପ୍ରଦାୟର ରାଜାଙ୍କ ଉପରେ ନ୍ୟସ୍ତ ଥିଲା ଓ ପରେ ରାଜତନ୍ତ୍ର ସମୟରେ ମୟୂରଭଞ୍ଜ ମହାରାଜା ତାଙ୍କ ଵଂଶଜଙ୍କୁ ଭଞ୍ଜଭୂମି ଗଡ଼, ଯଶିପୁର ଗଡ଼, କରଞ୍ଜିଆ ଗଡ଼ ଓ ଆଦିପୁର ଗଡ଼ରେ ଜମିଦାର ରୂପେ ଅବସ୍ଥାପିତ କରି ସମ୍ମାନ ସ୍ୱରୂପ ଚାମର ଓ ରୁପା ଛତା ପ୍ରଦାନ କରି ଥିଲେ । ଭଞ୍ଜଭୂମି ଗଡ଼ର ଅବସ୍ଥାପିତ ହେବା ପରେ ରାଣୀଭୋଳରେ ଏକ ମଠ ସ୍ଥାପନ କରି ମହାପାତ୍ର ସଂଜ୍ଞା ଧାରୀ ଦେବରାଜ ଗଣ ବଂଶାନୁକ୍ରମିକ ଭାବେ ବାଥୁଡି ସମ୍ପ୍ରଦାୟର ମୁଖ୍ୟ ଆସନ ଅଳଙ୍କୃତ କରିବା ସହ ପ୍ରତି ବର୍ଷ  ଶିମିଳିପାଳ ଅଠରଦେଉଳ ପୂଜାରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସୁଛନ୍ତି ।

ପୂର୍ବରୁ ଦେବରାଜ ବୃନ୍ଦାବନ ମହାପାତ୍ରଙ୍କ ଦେହାନ୍ତ ହୋଇ ଥିବା ବେଳେ ତାଙ୍କ ପତ୍ନୀ ଅଧିକ ମହାପାତ୍ରଙ୍କ ଦେହାନ୍ତ ପରେ ବାଥୁଡି ସମାଜ ତରଫରୁ ଶୋକ ପ୍ରକାଶ କରାଯାଇ ଅଛି । ପୂର୍ବତନ ବିଧାୟକ ବିଜୟ କୁମାର ନାଏକ, ବିଶିଷ୍ଟ ସମାଜ ସଂଗଠକ କୃଷ୍ଣଚନ୍ଦ୍ର ନାଏକ ଯଶିପୁର ବ୍ଲକ ଅଧ୍ୟକ୍ଷ ମାନଗୋବିନ୍ଦ ନାଏକ, ଯୁବ ସଂଗଠକ ଚନ୍ଦନ ସେନାପତି ପ୍ରମୁଖ ଯୋଗ ଦେଇ ଅନେଷ୍ଟିକ୍ରିୟାରେ ସାମିଲ ହୋଇଥିଲେ ।  ଯଶିପୁର ସ୍ଥିତ ଅଠର ଦେଉଳ ଟ୍ରଷ୍ଟ ମୁଖ୍ୟ ତଥା ଯଶିପୁର ବ୍ଲକ ଅଧ୍ୟକ୍ଷ ମାନଗୋବିନ୍ଦ ନାଏକ ସମେତ ଜିତେନ୍ଦ୍ର ନାଏକ, ଅଗ୍ନିଶ୍ଵର ନାଏକ, ସୁବାସ ନାଏକ, ବସନ୍ତ ମଢ଼େଇ ଆଦିତ୍ୟ କୁମାର ନାଏକ, ବାଥୁଡ଼ି ସାଂସ୍କୃତିକ ସମାଜ କେନ୍ଦ୍ରୀୟ କାର୍ୟ୍ୟାଳୟ ଭୁବନେଶ୍ୱରର ସମ୍ପାଦକ ସୁବାସ ଚନ୍ଦ୍ର ନାଏକ, କଟକ ଶାଖା ସମ୍ପାଦକ ମହେଶ୍ୱର ନାଏକ, ରାଉରକେଲା ଶାଖାର ସମ୍ପାଦକ ସୁଫଳ ନାଏକ, ଉଦଳା ଶାଖାର ସଭାପତି  ଦିବାକର ପଢ଼ିଆଳ ପ୍ରମୁଖ ଶୋକ ପ୍ରକାଶ କରିବା ସହ ବାଥୁଡି ସମାଜ ପାଇଁ ଏହା ଏକ ଅପୁରଣୀୟ କ୍ଷତି ବୋଲି ଦର୍ଶାଇଛନ୍ତି । ଜଣେ ଧର୍ମଜ୍ଞ  ତ୍ୟାଗ ପୂତ ମହିଳା ଭାବେ ତାଙ୍କର ସୁଖ୍ୟାତି ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ