Masthead

୨୦୨୪ ମହାସମର, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେଲାଣି ରଣକ୍ଷେତ୍ର

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ୨୬ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଲୋକସଭାର ଦ୍ୱିତୀୟ ପର୍ଯ୍ୟାୟରେ ୧୨ ଟି ରାଜ୍ୟରେ ମୋଟ ୮୮ ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ଛତିଶଗଡ, କର୍ଣ୍ଣାଟକ, କେରଳ, ଆସାମ, ବିହାର, ମଣିପୁର, ରାଜସ୍ଥାନ, ତ୍ରିପୁରା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ କଶ୍ମୀର ହେବ ମତଦାନ । ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆନି ରାଜା, ଶଶି ଥରୁର, ନବନୀତ ରାଣା, ଓମ ବିର୍ଲା, ହେମା ମାଳିନୀ, ଅରୁଣ ଗୋବିଲ ଏବଂ ପ୍ରହ୍ଲାଦ ଯୋଶୀଙ୍କ ଭଳି ଭେଟେରାନଙ୍କର ଭାଗ୍ୟ ପରୀକ୍ଷା ହେବ।

ନିର୍ବାଚନ ଘୋଷଣା ସମୟରେ ନିର୍ବାଚନ ଆୟୋଗ ଦ୍ୱିତୀୟ ପର୍ଯ୍ୟାୟରେ ୮୯ ଟି ଆସନରେ ମତଦାନ କରିବାକୁ ଘୋଷଣା କରିଥିଲେ, କିନ୍ତୁ ମଧ୍ୟପ୍ରଦେଶର ବୈତୁଲ ଲୋକସଭା ଆସନରେ ବିଏସପି ପ୍ରାର୍ଥୀ ଅଶୋକ ଭାଲଭିଙ୍କ ମୃତ୍ୟୁ କାରଣରୁ ଏହି ଆସନ ମତଦାନ ସ୍ଥଗିତ ରଖାଯାଇଛି। ଫଳରେ ଦ୍ୱିତୀୟ ପର୍ଯ୍ୟାୟରେ କେବଳ ୮୮ ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ କେରଳର ୱାୟନାଡ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିରୋଧରେ ସିପିଆଇର ଆନି ରାଜା ଏବଂ ଏନଡିଏର କେ ସୁରେନ୍ଦ୍ରନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି କଂଗ୍ରେସ ସାଂସଦ ଶଶି ଥରୁର ପୁଣିଥରେ କେରଳର ଥିରୁଭାନନ୍ତପୁରମ୍ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।

ବିଜେପି ତାଙ୍କ ବିରୋଧରେ ରାଜୀବ ଚନ୍ଦ୍ରଶେଖର ଏବଂ ବାମପନ୍ଥୀ ପାନିୟାନ ରବିନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି। ନବନୀତ୍ ରାଣା ମହାରାଷ୍ଟ୍ରର ଅମରାବତୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲା ପୁଣି ରାଜସ୍ଥାନର କୋଟା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ତାଙ୍କ ବିରୋଧରେ ପ୍ରହ୍ଲାଦ ଗୁଞ୍ଜଲଙ୍କୁ ପ୍ରାର୍ଥୀ କରିଛି। ସେହିପରି ସମାଜବାଦୀ ପାର୍ଟିର ମହେନ୍ଦ୍ର ସିଂ ନାଗର ଏବଂ ବିଏସପିର ରାଜେନ୍ଦ୍ର ସିଂ ସୋଲଙ୍କି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଲୋକସଭା ଆସନରେ ବିଜେପିର ମହେଶ ଶର୍ମାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ମଥୁରା ଲୋକସଭା ଆସନରୁ କଂଗ୍ରେସର ମୁକେଶ ଧଙ୍ଗର ଅଭିନେତ୍ରୀ ତଥା ସିଟିଂ ସାଂସଦ ତଥା ବିଜେପି ପ୍ରାର୍ଥୀ ହେମା ମାଲିନିଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଅନ୍ୟପଟେ ମିରଟ ଲୋକସଭା ଆସନରେ ସମାଜବାଦୀ ପାର୍ଟିର ଅତୁଲ ପ୍ରଧାନ ବିଜେପିର ଅରୁଣ ଗୋବିଲଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ