Masthead

୫୦ ବର୍ଷ ପୂର୍ବେ କରାଯାଇଥିଲା ପ୍ରଥମ କଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲ୍ୟାଣ୍ଡଫୋନର ଯୁଗ ସରିଯାଇଛି । ଏବେ ମୋବାଇଲ ଫୋନ ସାଧାରଣ ଲୋକଙ୍କ ଅବିଛେଦ୍ୟ ଅଙ୍ଗ ପାଲଟିଛି । ୧୯୭୩ ଏପ୍ରିଲ ୩ ତାରିଖର ଏକ ଫୋନ୍ କଲ ଗଣମାଧ୍ୟମ ଜଗତକୁ ପରିବର୍ତ୍ତନ କରିଦେଇଥିଲା । ମୋବାଇଲରୁ ପ୍ରଥମ କଲ ୫୦ ବର୍ଷ ପୂର୍ବେ କରାଯାଇଥିଲା । ମୋଟୋରୋଲା କମ୍ପାନୀର ଇଞ୍ଜିନିୟର ମାର୍ଟି କୁପର ୧୯୭୩ ଏପ୍ରିଲ ୩ରେ ଡଇନା ଟଇଏସି ୮୦୦୦ଏକ୍ସ ମୋବାଇଲରୁ କଲ କରିଥିଲେ । ନୁ୍ୟୟର୍କର ରାସ୍ତାରେ ଚାଲୁଥିଲା ବେଳେ ମୋବାଇଲ ବ୍ୟବହାର କରି ସେ ସେହି କଲକୁ ପ୍ରତିଦ୍ୱନ୍ଦ୍ୱୀ କମ୍ପାନି ବେଲ ଲାବୋରଟୋରିସର ଜୋଏଲ ଏଞ୍ଜେଲଙ୍କୁ କଲ କରିଥିଲେ ।

ଏହି କଲ ବର୍ତ୍ତମାନର ମୋବାଇଲ ଫୋନ ପ୍ରସ୍ତୁତି ପାଇଁ ଦେଖାଇଥିଲା ନୂଆ ରାସ୍ତା । ବ୍ୟବହାର ହୋଇଥିବା ଡିଭାଇସ ଆମେରିକାର ମୋବାଇଲ ନିର୍ମାତାମାନଙ୍କୁ ଉସôାହିତ କରିଥିଲା । ଆମେରିକାର ମୋବାଇଲ ନିର୍ମାତାମାନେ ମୋବାଇଲ ପ୍ରସ୍ତୁତ କରିବା ପାଇଁ ୧୦୦ ମିଲିଅନ ଡଲାର ନିବେଶ କରିଥିଲୋ ୧୯୮୩ରେ ବଜାରକୁ ଆସିଲା ସେଲ ଫୋନ । ୩୩ ସେଣ୍ଟିମିଟର ଲମ୍ବା ୧.୧ କେଜି ଓଜନର ଏହି ମୋବାଇଲ ଫୋନର ସ୍କି୍ରନ ନଥିଲା । କେବଳ ବଟନ ସ୍ପିକର, ମାଇକ୍ରୋଫୋନ ଓ ଏକ ବଡ଼ ଆଣ୍ଟିନା ଥିଲା । ଏହାରି ଭିତରେ ୫୦ ବର୍ଷ ବିତିଗଲା ।

ମୋବାଇଲର ନୂଆ ଅବତାର ଏବେ ସମସ୍ତଙ୍କ ହାତରେ । ସମସ୍ତଙ୍କ ପାଇଁ ଯୋଗାଯୋଗ ଡିଭାଇସ ଏକ । ମୋବାଇଲ ଫୋନ । ୨୦୧୧ରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ସେହି ସମୟରେ ମୋବାଇଲ ଫୋନର ଆକାର ଏକ ଜୋତା ଖୋଳ ଭଳି ବଡ଼ ଥିଲା । ତାକୁ ଚାର୍ଜ କରିବା ପାଇଁ ୧୦ ଘଣ୍ଟା ଲାଗୁଥିଲା । ଫୁଲଚାର୍ଜ ହେବା ପରେ ମାତ୍ର ୨୫ ମିନିଟ କଥା ହେବା ସମ୍ଭବ ହେଉଥିଲା । ମୋବାଇଲ ଫୋନର ଓଜନ ପାଖାପାଖି ଏକ କିଲୋ ଓଜନ ଥିଲା । ଏହାକୁ ବାଣିଜ୍ୟ ଉଦେ୍ଦଶ୍ୟରେ ବିକ୍ରି କରିବା ପାଇଁ ଦଶ ବର୍ଷ ସମୟ ଲାଗିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ