Masthead

ରକ୍ତର ତାଣ୍ଡବ ଖେଳୁଛନ୍ତି କୁକି ଓ ମୈତେଈ ସଂମ୍ପ୍ରଦାୟ

ମଣିପୁର(ବଡ଼ ଖବର ଵ୍ୟୁରୋ): ରକ୍ତମୁଖା ପାଲଟୁଛନ୍ତି ମଣିପୁରର କୁକି ଓ ମୈତେଈ ସଂମ୍ପ୍ରଦାୟ । ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରିବାର ଗୋଟିଏ ଦିନ ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲା ସଂଘର୍ଷ । ଯାହା ପରେ ଦୁଇ ଜନଜାତିଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ରକ୍ତର ହୋଲି ଖେଳ ।ଥମୁନି ହିଂସା । ଜଳୁଛି ମଣିପୁର । ମଣିପୁରରେ କୁକି ଓ ମୈତେଈ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଛି ଫାଟ । ରକ୍ତର ତାଣ୍ଡବ ଖେଳୁଛନ୍ତି ଦୁଇ ଜନଜାତି ।

ଗୁଳିର ଯବାବ ଗୁଳିରେ ଦିଆଯାଉଛି । ସ୍ଥାପନା କରିଛନ୍ତି ବଙ୍କର । ଏହି ବଙ୍କରରୁ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି ଉଭୟ ଜନଜାତି । ସୁରକ୍ଷା ବାହିନୀ ସେମାନଙ୍କୁ ଧ୍ୱଂସ କରିବାର ଲକ୍ଷ୍ୟ ରଖିଥିଲେ । କିନ୍ତୁ ସବୁ ବିଫଳ । ଏହି ହିଂସା ଆରମ୍ଭ ହୋଇଥିଲା ହାଇକୋର୍ଟଙ୍କ ନିଷ୍ପତି ପରେ । କାରଣ ରାଜ୍ୟରେ ମୈତେଈ ଜନଜାତିଙ୍କ ମିଳିଥିଲା ଏସଟିର ମାନ୍ୟତା । ଯାହାକୁ କୁକି ଓ ନାଗା ଜନଜାତିମାନେ ବିରୋଧ କରିଥିଲେ । ଏହା ପରେ ଆାରମ୍ଭ ହୋଇଥିଲେ ଏହି ଗୋଷ୍ଠୀ ବିବାଦ । ଏବଂ ଧୀରେ ଧୀରେ ନେଇଥିଲା ଉଗ୍ରରୂପ ।

ବଢି ଚାଲିଲା ହିଂସା । ଏବଂ ମେ ୪ରେ ରାଜ୍ୟର ୨ ଜଣ କୁକି-ଜୋମି ଜନଜାତିର ମହିଳାଙ୍କୁ ଉଲଗ୍ନ କରାଯାଇ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା । ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଦୁଇ ଜନଜାତିଙ୍କ ମଧ୍ୟରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଏବଂ ଏଭଳି ଲଜ୍ୟାଜନକ ଘଟଣା ଘଟିବା ପରେ ଏବେ ରକ୍ତମୁଖା ପାଲଟିଯାଇଛନ୍ତି ଦୁଇ ଜନଜାତି । ତେବେ କୁକି ସମ୍ପ୍ରଦାୟର କହିବା ମୁତାବକ ସେମାନେ ନିଜର ସୁରକ୍ଷା କରିବା ପାଇଁ ତିଆରି କରିଛନ୍ତି ବଙ୍କର । ସବୁଠାରୁ ବଡ଼ କଥା ହେଉଛି ଯେ, ସୁରକ୍ଷା ବାହିନୀ ତଥା ପୋଲିସରୁ ଅବସର ନେଇଥିବା ଅଧିକାରୀମାନେ ନିଜ ନିଜ ସମ୍ପ୍ରଦାୟକୁ ସହଯୋଗ କରୁଛନ୍ତି । ତେବେ ଏହି ଜନଜାତିମାନଙ୍କ ମଧ୍ୟରେ ଲାଗିଆସୁଥିବା କଳହରେ ଅନେକ ସ୍ତରରେ ଶାନ୍ତି ପାଇଁ ଚେଷ୍ଟା କରାଯାଇଛି । ମାତ୍ର ଅବିଶ୍ୱାସ ଘେରରେ ଥିବା ଏହି ଜନଜାତିମାନେ ବଦଳିବା ପାଇଁ ରାଜି ନୁହଁନ୍ତି । ପାହାଡ଼ିଆ ଅଂଚଳରେ ଉଭୟ କୁକି ଓ ମୈତେଈ ଜନଜାତିମାନେ ବେଆଇନ ଅସ୍ତ୍ରଶସ୍ତ୍ର ରଖି ଏହି ବିବାଦକୁ କାର୍ଯ୍ୟକାରୀ କରୁଛନ୍ତି । ତେବେ ଦିନକୁ ଦିନ ହିଂସାର ଗନ୍ତାଘର ପାଲଟିଗଲାଣି ମଣିପୁର । ଯେଉଁଥିରେ ରୋକ ନ ଲାଗିଲେ, ଆଗାମୀ ଦିନମାନଙ୍କରେ ଏହା ସମଗ୍ର ଦେଶକୁ ପ୍ରଭାବିତ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା