Masthead

ଅଡୁଆରେ ପଡିଲେ ଆର୍ଯ୍ୟନଙ୍କ ସହ ସେଲ୍ଫି ନେଇଥିବା ବ୍ୟକ୍ତି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା । ଏନସିବି ଗିରଫ କରିଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସହ ସେଲ୍ଫି ଉଠାଇ ଅଡୁଆରେ ପଡିଛନ୍ତି ଜଣେ ବ୍ୟକ୍ତି । ତାଙ୍କ ନାଁରେ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ସେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଆଭିଯୋଗ ହୋଇଛି । ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବିରୋଧରେ ଏନସିବି କିଛି ସାକ୍ଷୀ ପ୍ରମାଣ ପାଇଥିଲା । ସେଥି ମଧ୍ୟରୁ ଜଣେ ସାକ୍ଷୀଙ୍କ ନାଁ ହେଲା କିରଣ ଗୋସାଭି ।

ତେବେ ଆର୍ଯ୍ୟନଙ୍କ ସହ କିରଣ ଗୋସାଭିଙ୍କ ସେଲ୍ଫି ପୂର୍ବରୁ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ଏହି ବ୍ୟକ୍ତିଙ୍କ ନାଁରେ ଏକ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି । କିରଣ ଗୋସାଭି ମ୍ୟାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ଚାକିରୀ କରାଇଦେବା ନାଁରେ ପାଲଘରର ଦୁଇ ଜଣ ଯୁବକଙ୍କ ଠାରୁ ଟଙ୍କା ନେଇଥିଲେ । ଏହି ଯୁବକମାନେ ୨୦୧୮ରେ କେଲଭେ ପୋଲିସ ଷ୍ଟେସନରେ ଗୋସାଭିଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ସୂଚନା ଅନୁଯାୟୀ ଗୋସାଭି କୁଆଲାଲମ୍ପୁରର ଏକ ବଡ ହୋଟେଲରେ କାମ କରନ୍ତି । ତେବେ ସେହି ଦୁଇ ଯୁବକଙ୍କୁ ଉକ୍ତ ହୋଟେଲରେ ଚାକିରୀ କରାଇ ଦେବା ନାଁରେ ୧ ଲକ୍ଷ ୬୫ ହଜାର ଟଙ୍କା ଠକି ନେଇଥିଲେ । ଏହି ଟଙ୍କା ଆନଲାଇନରେ ଟ୍ରାନ୍ସଫର କରାଯାଇଥିଲା । ଏହା ପରେ, ଡିସେମ୍ବର ୨୦୧୮ରେ ଉଭୟ କୁଆଲଲମ୍ପୁର ଯିବାକୁ ବିମାନବନ୍ଦରରେ ପହଞ୍ଚିଥିଲେ । ପହଞ୍ଚିଲା ପରେ ସେମାନେ ଜାମିବାକୁ ପାଇଲେ ଯେ ସେ ପାଇଥିବା ଟିକେଟ୍ ଓ ଭିଜା ଉଭ୍ୟ ନକଲି । ଏହା ପରେ ଦୁହେଁ ଗୋସାଭିଙ୍କ ସହ ଯୋଗାଯୋଗ କରିବାକୁ ଚାହିଁଥିଲେ । ହେଲେ ସେ ଫୋନ ଉଠାଇ ନଥିଲେ । ଏହା ପରେ ଉଭୟ କିରଣ ଗୋସାଭିଙ୍କ ନାଁରେ ପାଲଘାର ପୋଲିସ ଷ୍ଟେସନରେ ଠକେଇ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାର ଏବେ ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ଅକ୍ଟୋବର ୨ ତାରିଖ ଏନସିବି ମୁମ୍ବାଇର ଗୋଆ ଯାଉଥିବା ଏକ ଜାହଜ ଉପରେ ରେଡ କରି ଡ୍ରଗ୍ସ ପାର୍ଟିର ଖୁଲାସା କରିଥିଲା । ଏହି ପାର୍ଟିରେ ଯୋଗ ଦେଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ବଡ ବଡ ବ୍ୟବସାୟୀଙ୍କ ପୁଅ ଓ ଝିଅ ମଧ୍ୟ ଏଥିରେ ଧରା ପଡିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ