Masthead

ଓଡ଼ିଶାରେ ବଢୁଛି ଦୁଷ୍କର୍ମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା । କେବଳ ଏତିକି ନୁହେଁ ବରଂ ଯୌତୁକଜନିତ ହତ୍ୟା ଓ ମହିଳା ନିର୍ଯାତନା ମାମଲା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟରେ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସ୍ଥିତି କିଭଳି ରହିଛି ବୋଲି ବିଧାନସଭାରେ କଂଗେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରଶ୍ନ କରିଥିଲେ । ହେଲେ ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଜବାବ ସମସ୍ତଙ୍କୁ ବିସ୍ମୟଚକିତ କରେଇଦେଇଥିଲା । ତେବେ ୨୦୧୯ରେ ୨୯୫୦ ଦୁଷ୍କର୍ମ ହୋଇଥିବା ବେଳେ ୨୦୨୦ ମସିହାରେ ଏହି ସଂଖ୍ୟା ବଢି ୨୯୮୪ରେ ପହଞ୍ଚିଥିଲା ।

୨୦୨୧ ମସିହାରେ ଜୁନ ସୁଦ୍ଧା ୧୫୬୩ ମାମଲା ସାମ୍ନାକୁ ଆସିଥିବାର ସୂଚନା ମିଳିଛି । ସେହିପରି ଯୌତୁକଜନିତ ହତ୍ୟାରେ ବି ୨୦୧୯ରେ ୨୭୮, ୨୦୨୦ରେ ୧୪୭୦ ଏବଂ ୨୦୨୧ ଜୁନ ସୁଦ୍ଧା ୭୮୨ ମାମଲା ସାମ୍ନାକୁ ଆସିଛି । ସେହିପରି ଯୌତୁକଜନିତ ହତ୍ୟାରେ ୨୦୧୯ ମସିହାରେ ୨୭୮, ୨୦୨୦ରେ ୩୧୧ ଏବଂ ୨୦୨୧ ଜୁନ ସୁଦ୍ଧା ୧୮୪ଟି ମାମଲା ସାମ୍ନାକୁ ଆସିଛି । ଆଉ ଯୌତୁକଜନିତ ନିର୍ଯାତତନା ୨୦୧୯-୨୦ ମସିହାରେ ପାଖାପାଖି ସମାନ ରହିଛି । ଏହା ସହ ୨୦୨୧ ଜୁନ ସୁଦ୍ଧା ୨୨୯ଟି ମାମଲା ସାମ୍ନାକୁ ଆସିଛି ।

ଯୌନ ନିର୍ଯ୍ୟାତନାରେ ୨୦୧୯ ମସିହାରେ ୬୮୪୮, ୨୦୨୦ରେ ୭୯୩୭ ଏବଂ ୨୦୨୧ ଜୁନ ସୁଦ୍ଧା ୪୯୪୯ ମାମଲା ସାମ୍ନାକୁ ଆସିଛି । ସେହିଭଳି ଏସିଡ଼ ମାଡ଼ରେ ୨୦୧୯ରେ ୩ଜଣ, ୨୦୨୦ରେ ୬ ଜଣ ଆଉ ୨୦୨୧ଜୁନ ସୁଦ୍ଧା ଜଣେ ଏସିଡ ମାଡ଼ର ଶିକାର ହୋଇଥିବା କହିଛନ୍ତି ଦିବ୍ୟ ଶଙ୍କର ମିଶ୍ର। ଏସବୁକୁ ମିଶାଇ ୩ ବର୍ଷରେ ଓଡିଶାରେ ଘଟିଛି ୭ ହଜାରରୁ ଅଧିକ ଦୁଷ୍କର୍ମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ