Masthead

ଓଡ଼ିଶାରେ ବଢୁଛି ଦୁଷ୍କର୍ମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା । କେବଳ ଏତିକି ନୁହେଁ ବରଂ ଯୌତୁକଜନିତ ହତ୍ୟା ଓ ମହିଳା ନିର୍ଯାତନା ମାମଲା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟରେ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସ୍ଥିତି କିଭଳି ରହିଛି ବୋଲି ବିଧାନସଭାରେ କଂଗେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରଶ୍ନ କରିଥିଲେ । ହେଲେ ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଜବାବ ସମସ୍ତଙ୍କୁ ବିସ୍ମୟଚକିତ କରେଇଦେଇଥିଲା । ତେବେ ୨୦୧୯ରେ ୨୯୫୦ ଦୁଷ୍କର୍ମ ହୋଇଥିବା ବେଳେ ୨୦୨୦ ମସିହାରେ ଏହି ସଂଖ୍ୟା ବଢି ୨୯୮୪ରେ ପହଞ୍ଚିଥିଲା ।

୨୦୨୧ ମସିହାରେ ଜୁନ ସୁଦ୍ଧା ୧୫୬୩ ମାମଲା ସାମ୍ନାକୁ ଆସିଥିବାର ସୂଚନା ମିଳିଛି । ସେହିପରି ଯୌତୁକଜନିତ ହତ୍ୟାରେ ବି ୨୦୧୯ରେ ୨୭୮, ୨୦୨୦ରେ ୧୪୭୦ ଏବଂ ୨୦୨୧ ଜୁନ ସୁଦ୍ଧା ୭୮୨ ମାମଲା ସାମ୍ନାକୁ ଆସିଛି । ସେହିପରି ଯୌତୁକଜନିତ ହତ୍ୟାରେ ୨୦୧୯ ମସିହାରେ ୨୭୮, ୨୦୨୦ରେ ୩୧୧ ଏବଂ ୨୦୨୧ ଜୁନ ସୁଦ୍ଧା ୧୮୪ଟି ମାମଲା ସାମ୍ନାକୁ ଆସିଛି । ଆଉ ଯୌତୁକଜନିତ ନିର୍ଯାତତନା ୨୦୧୯-୨୦ ମସିହାରେ ପାଖାପାଖି ସମାନ ରହିଛି । ଏହା ସହ ୨୦୨୧ ଜୁନ ସୁଦ୍ଧା ୨୨୯ଟି ମାମଲା ସାମ୍ନାକୁ ଆସିଛି ।

ଯୌନ ନିର୍ଯ୍ୟାତନାରେ ୨୦୧୯ ମସିହାରେ ୬୮୪୮, ୨୦୨୦ରେ ୭୯୩୭ ଏବଂ ୨୦୨୧ ଜୁନ ସୁଦ୍ଧା ୪୯୪୯ ମାମଲା ସାମ୍ନାକୁ ଆସିଛି । ସେହିଭଳି ଏସିଡ଼ ମାଡ଼ରେ ୨୦୧୯ରେ ୩ଜଣ, ୨୦୨୦ରେ ୬ ଜଣ ଆଉ ୨୦୨୧ଜୁନ ସୁଦ୍ଧା ଜଣେ ଏସିଡ ମାଡ଼ର ଶିକାର ହୋଇଥିବା କହିଛନ୍ତି ଦିବ୍ୟ ଶଙ୍କର ମିଶ୍ର। ଏସବୁକୁ ମିଶାଇ ୩ ବର୍ଷରେ ଓଡିଶାରେ ଘଟିଛି ୭ ହଜାରରୁ ଅଧିକ ଦୁଷ୍କର୍ମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି