Masthead

ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର….

ଅଗଷ୍ଟ ୯ରେ ସୁଭଦ୍ରାର ତୃତୀୟ କିସ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ହେବ ସର୍ଭେ । ୨୧ ବର୍ଷ ହୋଇଥିବା ଯୁବତୀ ଓ ମହିଳା କରିପାରିବେ ଆବେଦନ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ତୃତୀୟ କିସ୍ତି ପରେ ଖୋଲିବ ସୁଭଦ୍ରା ପୋର୍ଟାଲ । ଆବେଦନ କରିବେ ନୂଆ ହିତାଧିକାରୀ । ତାସହ ବାଦ ପଡ଼ିଥିବା ୨ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରାରେ ଯୋଡ଼ିବା ପାଇଁ ଆଉଥରେ ହେବ ସର୍ଭେ । ଗାଡ଼ି କିଣା ଏବଂ ୫ ଏକର ଜମି ଥିବା ସହ ଆଇଟି ଫେରସ୍ତ କରିଥିବାରୁ ସେମାନଙ୍କୁ ବାଦ୍ ଦିଆଯାଇଛି । ସେହିପରି ୯୩ ହଜାର ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଥିବାରୁ ସାମାଜିକ ଓ ସୁରକ୍ଷା ବିଭାଗକୁ ତାଙ୍କର ଲିଷ୍ଟ୍ ପଠେଇ ଦିଆଯାଇଛି । ଏହି ଆଧାରକୁ ନେଇ ପୁଣି ଥରେ ଚୟନ କରାଯିବ । ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନେ ପରବର୍ତ୍ତୀ ସମୟରେ ସୁଭଦ୍ରା ଟଙ୍କା ପାଇବେ । ତୃତୀୟ କିସ୍ତି ପୂରିବା ପରେ ଯେତେବେଳେ ଚତୁର୍ଥ କିସ୍ତି ଦିଆଯିବ, ଚଳିତ ବର୍ଷ ୨୧ ବର୍ଷ ହେଇଥିବା ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ସେତେବେଳେ ପ୍ରଥମ କିସ୍ତି ମିଳିବ । ଏବଂ ପୂର୍ବ କିସ୍ତି ଟଙ୍କା ପାଇବେ ନାହିଁ । ଯେଉଁମାନେ ପ୍ରଥମ କିସ୍ତି ପାଇବାପରେ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିଲେ ଯଦି ସେମାନେ ଏହି ସର୍ଭେରେ ଆଉଥରେ ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ବାଦ୍ ପଡ଼ିଥିବା ଦ୍ୱିତୀୟ ଓ ତୃତୀୟ କିସ୍ତି ଏକା ସଙ୍ଗେ ପାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ