Masthead

ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରୁଛନ୍ତି ପିଏମ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବାତ୍ୟା ‘ୟାଶ୍’ରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା ପାଇଁ ଶୁକ୍ରବାର ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି । ତେବେ ଏହା ସହ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ। ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଓ ବାଲେଶ୍ଵର ସ୍ଥିତି ଅନୁଧ୍ୟାନ କରିବେ  । ପରେ ଆକାଶ ମାର୍ଗରୁ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁରର ସ୍ଥିତି ପରଖିବା ସହ ପଶ୍ଚିମବଙ୍ଗରେ ଏକ ବୈଠକ କରିବେ ପ୍ରଧାନମନ୍ତ୍ରୀ ।

‘ୟାଶ୍’ର ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ  ବ୍ୟାପକ କ୍ଷୟକ୍ଷତି ହୋଇଛି  । ତେବେ ଆଜିର ଏହି ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି 🔴 ବର୍ଷା ପବନରେ ଉଡିଲା ଘର 🔴 ଦୁର୍ଘଟଣାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ 🔴 ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ 🔴 ବୁର୍ଲାରେ ଦୁର୍ଦ୍ଦାନ୍ତ ମନୀଷକୁ ଏନକାଉଣ୍ଟର 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି 🔴 ବର୍ଷା ପବନରେ ଉଡିଲା ଘର 🔴 ଦୁର୍ଘଟଣାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ 🔴 ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ 🔴 ବୁର୍ଲାରେ ଦୁର୍ଦ୍ଦାନ୍ତ ମନୀଷକୁ ଏନକାଉଣ୍ଟର