Masthead

କଂଗ୍ରେସରେ ମିଶି ପାରନ୍ତି କି କହ୍ନେୟା କୁମାର !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ଶାସକ ଦଳ ସହ ବାରମ୍ବାର କଡ଼ା ଟକ୍କର ଦେବା ପାଇଁ ଚେଷ୍ଟା କରୁଛି । ଏନେଇ କେତେବେଳେ ଦଳୀୟକର୍ମୀଙ୍କ ସହ ବୈଠକ ହେଉ କିମ୍ବା ବିରୋଧୀଦଳଙ୍କ ସହ ମିଶି ଚା’ ଜଳଖିଆ ବୈଠକ ହେଉ । ଏପରି କରିବାର ମୂଳ ଲକ୍ଷ ହେଉଛି କେନ୍ଦ୍ର ବିରୋଧରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ ଛିଡ଼ା ହେବା । କେବଳ ଏତିକି ନୁହେଁ ବରଂ ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

କାରଣ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ଦଳର ପୂର୍ବତନ ଅଧ୍ୟକ୍ଷ ବାରମ୍ବାର ବୈଠକ କରୁଥିବାର ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନ ପ୍ରଶାନ୍ତ କିଶୋର କଂଗ୍ରେସ ଦଳରେ ମିଶିବା ନେଇ କଳ୍ପନା ଜଳ୍ପନା ଜୋର ଧରିଛି । ଏହା ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ଘଟଣା । ତେବେ ବାମପନ୍ଥୀ ଦଳର କହ୍ନେୟା କୁମାର ରାହୁଲ ଗାନ୍ଧିଙ୍କ ସହ ବୈଠକ କରିଥିବାର ସୂଚନା ମିଳିଛି । ଏହା ଛଡ଼ା ସବୁଠାରୁ ରୋଚକ କଥାଟି ହେଉଛି ଏହି ବୈଠକରେ ପ୍ରଶାନ୍ତ କିଶୋର ମଧ୍ୟ ଉପସ୍ଥିତ ଥିଲେ ।

ଯାହାଫଳରେ କହ୍ନେୟା କୁମାର କଂଗ୍ରେସ ଦଳରେ ମିଶିବା ପ୍ରସଙ୍ଗଟି ଜୋର ଧରିଛି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ରାଜନୈତିକ ମାହଲ ବେଶ ସରଗରମ ହୋଇଉଠିଥିଲା । ଅପରପକ୍ଷରେ ପ୍ରଶାନ୍ତ କିଶୋର ଏହି ବୈଠକରେ ଉପସ୍ଥିତ ଥିବାରୁ କହ୍ନେୟା କୁମାର ବାମଦଳ ଛାଡ଼ି କଂଗ୍ରେସରେ ମିଶିବାର ସମ୍ଭାବନା ଉପୁଜୁଛି ବୋଲି ବୁଦ୍ଧିଜୀବିମାନେ ଅନୁମାନ କରୁଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ