Masthead

କଂଗ୍ରେସରେ ମିଶି ପାରନ୍ତି କି କହ୍ନେୟା କୁମାର !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ଶାସକ ଦଳ ସହ ବାରମ୍ବାର କଡ଼ା ଟକ୍କର ଦେବା ପାଇଁ ଚେଷ୍ଟା କରୁଛି । ଏନେଇ କେତେବେଳେ ଦଳୀୟକର୍ମୀଙ୍କ ସହ ବୈଠକ ହେଉ କିମ୍ବା ବିରୋଧୀଦଳଙ୍କ ସହ ମିଶି ଚା’ ଜଳଖିଆ ବୈଠକ ହେଉ । ଏପରି କରିବାର ମୂଳ ଲକ୍ଷ ହେଉଛି କେନ୍ଦ୍ର ବିରୋଧରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ ଛିଡ଼ା ହେବା । କେବଳ ଏତିକି ନୁହେଁ ବରଂ ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

କାରଣ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ଦଳର ପୂର୍ବତନ ଅଧ୍ୟକ୍ଷ ବାରମ୍ବାର ବୈଠକ କରୁଥିବାର ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନ ପ୍ରଶାନ୍ତ କିଶୋର କଂଗ୍ରେସ ଦଳରେ ମିଶିବା ନେଇ କଳ୍ପନା ଜଳ୍ପନା ଜୋର ଧରିଛି । ଏହା ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ଘଟଣା । ତେବେ ବାମପନ୍ଥୀ ଦଳର କହ୍ନେୟା କୁମାର ରାହୁଲ ଗାନ୍ଧିଙ୍କ ସହ ବୈଠକ କରିଥିବାର ସୂଚନା ମିଳିଛି । ଏହା ଛଡ଼ା ସବୁଠାରୁ ରୋଚକ କଥାଟି ହେଉଛି ଏହି ବୈଠକରେ ପ୍ରଶାନ୍ତ କିଶୋର ମଧ୍ୟ ଉପସ୍ଥିତ ଥିଲେ ।

ଯାହାଫଳରେ କହ୍ନେୟା କୁମାର କଂଗ୍ରେସ ଦଳରେ ମିଶିବା ପ୍ରସଙ୍ଗଟି ଜୋର ଧରିଛି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ରାଜନୈତିକ ମାହଲ ବେଶ ସରଗରମ ହୋଇଉଠିଥିଲା । ଅପରପକ୍ଷରେ ପ୍ରଶାନ୍ତ କିଶୋର ଏହି ବୈଠକରେ ଉପସ୍ଥିତ ଥିବାରୁ କହ୍ନେୟା କୁମାର ବାମଦଳ ଛାଡ଼ି କଂଗ୍ରେସରେ ମିଶିବାର ସମ୍ଭାବନା ଉପୁଜୁଛି ବୋଲି ବୁଦ୍ଧିଜୀବିମାନେ ଅନୁମାନ କରୁଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି