Masthead

କ୍ଷମତାକୁ ଆସୁ ଆସୁ ଦେଶର ନାମ ବଦଳାଇଲା ତାଲିବାନ

(ବଡ଼ ଖବର ବ୍ୟୁରୋ): ତାଲିବାନୀ ଯୋଦ୍ଧାମାନେ ରବିବାର କାବୁଲ ଦଖଲ କରିବା ସହ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇ ସେଠାରେ ରାଷ୍ଟ୍ରୀୟ ଧ୍ୱଜା ସହ ତାଲିବାନୀ ଝଣ୍ଡା ଉଡାଇବା ଫଳରେ ସମଗ୍ର ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବନୀ ରାଜ୍ । ତାଲିବାନୀର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଗନୀ ବରାଦରଙ୍କୁ ନୂତନ ରାଷ୍ଟ୍ରପତି ଭାବେ ନିଯୁକ୍ତି କରାଯାଇଛି । ୨୦ ବର୍ଷ ପରେ କ୍ଷମତା ପୁନର୍ଦଖଲ କରିବା ମାତ୍ରେ ତାଲିବାନୀମାନେ ଦେଶର ନୂଆ ନାମ ଦେଇଛନ୍ତି ‘ଇସଲାମିକ ଏମିରେଟ ଅଫ୍ ଆଫଗାନିସ୍ତାନ’ ।

୨୦ ବର୍ଷ ପୂର୍ବେ ତାଲିବାନୀମାନେ ଧାର୍ମିକ ଶୁଦ୍ଧୀକରଣ ଓ ଏମିରେଟ ଗଠନ ଉଦ୍ଦେଶ୍ୟରେ ଦେଶର ଠିକ୍ ଏହି ନାମକରଣ କରିଥିଲେ। ନୂଆ ନାମ ଘୋଷଣା ହେବା ମାତ୍ରେ ସାରା ଦୁନିଆ ଡରିଯାଇଛି । ବ୍ରିଟେନ୍, ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ଆପତ୍ତି ଉଠାଇଛନ୍ତି । ପୂର୍ବରୁ ବ୍ରିଟେନ କହିଥିଲା, କୌଣସି ପରିସ୍ଥିତିରେ ପୃଥିବୀରେ ଆଉ ଏକ ଇସଲାମିକ ଏମିରେଟର ଅଭ୍ୟୁଦୟକୁ ପ୍ରଶୟ ଦିଆଯିବ ନାହିଁ । ବ୍ରିଟେନ ଓ ଆମେରିକାର ଚେତାବନୀ ପ୍ରତି ଭୂକ୍ଷେପ ନକରି ତାଲିବାନୀମାନେ ଦେଶର ନୂଆ ନାମ ଘୋଷଣା କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ