Masthead

ସାକ୍ଷାତ ହେଲା, ଭୋଜନ ହେଲା କିନ୍ତୁ ମେଣ୍ଟ କଥା ଉଠିଲାନି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଏକାଠି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଦୁଇ ମୁଖ୍ୟମନ୍ତ୍ରୀ । ସାଥୀ ହୋଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ନବୀନ ଓ ନୀତୀଶ । ସାରା ଦେଶର ନଜର ଥିଲା ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ଦୁଇ ଅଣଏନଡିଏ ଦଳର ସୁପ୍ରିମୋଙ୍କ ମଧ୍ୟରେ କ’ଣ ଚର୍ଚ୍ଚା ହେଲା । ବିକଳ୍ପ ମେଣ୍ଟ ପାଇଁ ଅଣ୍ଟା ଭିଡ଼ିଥିବା ନୀତୀଶ ନବୀନଙ୍କୁ ସେ ଦିଗରେ କୌଣସି ପରାମର୍ଶ ଦେଲେ କି ?

ଏସବୁର ଉତ୍ତର ଥିଲା ‘ନା’ । ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ମେଣ୍ଟ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ । ଆମେ ଦୁଇ ପୁରୁଣା ବନ୍ଧୁ । ପରସ୍ପରକୁ ସାକ୍ଷାତ କରି ଖୁବ୍ ଖୁସି ଅଛୁ । ଏହା ରାଜନୈତିକ ନୁହେଁ ବରଂ ସୌଜନ୍ୟମୂଳକ ସାକ୍ଷାତ ।

ପୁରୀକୁ ଆସୁଥିବା ବିହାର ଭକ୍ତଙ୍କ ପାଇଁ ଏକ ଅତିଥି ଭବନ ନିର୍ମାଣ ପାଇଁ ଜମି ଯୋଗାଇଦେବାକୁ ନୀତୀଶ ଅନୁରୋଧ କରିଛନ୍ତି । ଏଥିପାଇଁ ଦେଢ ଏକର ଜମି ଯୋଗାଇ ଦିଆଯିବ । ପୂର୍ବରୁ ମମତା ବାନାର୍ଜିଙ୍କ ଅନୁରୋଧରେ ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ଜମି ଯୋଗାଇ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା