Masthead

ସାକ୍ଷାତ ହେଲା, ଭୋଜନ ହେଲା କିନ୍ତୁ ମେଣ୍ଟ କଥା ଉଠିଲାନି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଏକାଠି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଦୁଇ ମୁଖ୍ୟମନ୍ତ୍ରୀ । ସାଥୀ ହୋଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ନବୀନ ଓ ନୀତୀଶ । ସାରା ଦେଶର ନଜର ଥିଲା ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ଦୁଇ ଅଣଏନଡିଏ ଦଳର ସୁପ୍ରିମୋଙ୍କ ମଧ୍ୟରେ କ’ଣ ଚର୍ଚ୍ଚା ହେଲା । ବିକଳ୍ପ ମେଣ୍ଟ ପାଇଁ ଅଣ୍ଟା ଭିଡ଼ିଥିବା ନୀତୀଶ ନବୀନଙ୍କୁ ସେ ଦିଗରେ କୌଣସି ପରାମର୍ଶ ଦେଲେ କି ?

ଏସବୁର ଉତ୍ତର ଥିଲା ‘ନା’ । ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ମେଣ୍ଟ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ । ଆମେ ଦୁଇ ପୁରୁଣା ବନ୍ଧୁ । ପରସ୍ପରକୁ ସାକ୍ଷାତ କରି ଖୁବ୍ ଖୁସି ଅଛୁ । ଏହା ରାଜନୈତିକ ନୁହେଁ ବରଂ ସୌଜନ୍ୟମୂଳକ ସାକ୍ଷାତ ।

ପୁରୀକୁ ଆସୁଥିବା ବିହାର ଭକ୍ତଙ୍କ ପାଇଁ ଏକ ଅତିଥି ଭବନ ନିର୍ମାଣ ପାଇଁ ଜମି ଯୋଗାଇଦେବାକୁ ନୀତୀଶ ଅନୁରୋଧ କରିଛନ୍ତି । ଏଥିପାଇଁ ଦେଢ ଏକର ଜମି ଯୋଗାଇ ଦିଆଯିବ । ପୂର୍ବରୁ ମମତା ବାନାର୍ଜିଙ୍କ ଅନୁରୋଧରେ ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ଜମି ଯୋଗାଇ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା