ହୀରାକୁଦ(ବଡ଼ ଖବର ବ୍ୟୁରୋ): ଖସୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଏ ନେଇ ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ଯେ, କଲମା ବ୍ୟାରେଜରୁ ପ୍ରବେଶ କରୁଥିବା ଜଳର ପରିମାଣ ଏବେ ଖସିବାରେ ଲାଗିଛି । ଅଧିକ ଗେଟ ଖୋଲିବାର ଆବଶ୍ୟକତା ନାହିଁ । ତେବେ ସୂଚନା ଅନୁଯାଇ ଏବେ ହୀରାକୁଦର ୨୮ଟି ଗେଟ୍ ଖୋଲା ଯାଇଛି ।
୨୮ ସ୍ଲୁଇସ ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୮. ୮୧ଫୁଟ ରହିଛି । ପ୍ରତି ସେକେଣ୍ଡରେ ହାରାହାରି ୪ଲକ୍ଷ ୭୪ ହଜାର ୩୭୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୮୭ ହଜାର ୮୪ କ୍ୟୁସେକ ପାଣି ନିଷ୍କାସିତ ହେଉଛି ।