Masthead

ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ଭରତବାହାଲ ଗାଁ ରେ ବିଭତ୍ସ ହତ୍ୟାକାଣ୍ଡ । ସ୍ବାମୀ ର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ। ହତ୍ୟାକାଣ୍ଡ ପରେ ସ୍ବାମୀ ଫେରାର । ମୃତକ ହେଲେ ଅମ୍ବିକା ନାଏକ । ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ । ଲରମ୍ଭା ପୋଲିସର ତଦନ୍ତ ଆରମ୍ଭ । ପାଟଣାଗଡ଼ ବ୍ଲକ ଭରତବାହାଲ ଗାଁ ରେ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି । ଗତକାଲି ସନ୍ଧ୍ୟା ସମୟରେ ପ୍ରଚୁର ମଦ୍ୟପାନ କରି ଘରକୁ ଆସିଥିଲେ । ଘରେ ଅମ୍ବିକା ପୋଷି ଥିବା ଏକ ଠେକୁଆକୁ ମାରି ମାଂସ ଖାଇବାକୁ ପୁରନ୍ଦର ଜିଦ ଧରିଥିଲା ଯାହାକୁ ଅମ୍ବିକା ବିରୋଧ କରିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ମୁଣ୍ଡ ପଛପଟେ ଆକ୍ରମଣ କରି ତାଙ୍କ ଝିଅକୁ ହତ୍ୟା କରିଥିବା ମୃତକ ଅମ୍ବିକାଙ୍କ ମାଆ ଜୟନ୍ତୀ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଅମ୍ବିକାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରନ୍ଦର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଲରମ୍ଭା ପୋଲିସ, ସାଇଣ୍ଟିଫିକ୍ ଟିମ ପାଟଣାଗଡ ଉପଖଣ୍ଡ ମାଜିଷ୍ଟ୍ରେଟ କ୍ଷିରୋଦ ସାହୁଙ୍କ ଉପସ୍ଥିତିରେ ଅଧିକ ତଦନ୍ତ ଜାରି ରହିଥିବା ଉପସ୍ଥିତ ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପୋଲିସର ଅଧିକ ତଦନ୍ତ ଏବଂ ହତ୍ୟାକାରି ଧରାପଡିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ