Masthead

ଶୁଦ୍ଧିକ୍ରିୟାର ୫ ବର୍ଷ ପରେ ଘରକୁ ଫେରିଲେ ମହିଳା

କୋଣାର୍କ (ବଡ଼ ଖବର ବ୍ୟୁରୋ): ଦୀର୍ଘ ବର୍ଷ ମହିଳାଙ୍କ ଅନୁପସ୍ଥିତ ଯୋଗୁଁ ଘରେ ଲୋକମାନେ ମହିଳାଙ୍କୁ ମୃତ ଭାବି ସାରିଦେଇଥିଲେ ଶୁଦ୍ଧିକ୍ରିୟା। କିନ୍ତୁ ଘରେ ଆଶ୍ଚର୍ଯ୍ୟ ହେଲେ ଲୋକେ । ଏମିତି ଏକ ଆଶ୍ଚର୍ଯ୍ୟ ଚକିତ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକରେ। ପୁରୀ ଜିଲ୍ଲା ଗୋପ ବ୍ଲକର ଗୋପ ବସ୍ତିରେ ଆଜକୁ ଦୀର୍ଘ ୫ ବର୍ଷ ପୂର୍ବେ ଜଣେ ଅଚିହ୍ନା ମହିଳା ହଠାତ କେଉଁଆଡ଼ୁ ଆସି ପହଁଚି ଯାଇଥିଲେ। ଓଡ଼ିଆ ଭାଷା କହି ପାରୁନଥିବା ମହିଳା ଜଣଙ୍କ ହିନ୍ଦୀ ଓ ଭୋଜପୁରୀ ଭାଷାରେ କଥାବାର୍ତ୍ତା କରୁଥିଲେ। ପରେ ଜଣାପଡିଲା ମହିଳା ଜଣଙ୍କ ମାନସିକବିକାର ଗ୍ରସ୍ତ।ମହିଳା ଜଣଙ୍କ ଗୋପ ବଜାରର ବିଭିନ୍ନ ସ୍ଥାନରେ ଦିନ ରାତି ଏଣେତେଣେ ବୁଲାବୁଲି କରୁଥିବା ଦେଖି ଗୋପ ଷ୍ଟେଟ ବ୍ୟାଙ୍କ ପାଖରେ ଥିବା କିଛି ଲୋକେ ସେହି ମହିଳାଙ୍କୁ ଆଣି ଆଶ୍ରୟ ଦେଇଥିଲେ।

ପରେ ଜଣାପଡିଲା ମହିଳାଙ୍କ ନାଁ ରସିଦା ଖାତୁନ।ବୟସ ପାଖାପାଖି ୬୨ ବର୍ଷ।ମହିଳା ଜଣଙ୍କ ଦୀର୍ଘ ୫ ବର୍ଷ ଧରି ଏହି ଅଞ୍ଚଳରେ ବସବାସ କରୁଥିଲା ବେଳେ ଅନେକ ପଚରା ଉଚରା ସତ୍ୱେ ମହିଳା ମାନସିକ ଭାରସାମ୍ୟ ହରାଇଥିବାରୁ ନିଜର ପରିଚୟ ସଠିକ ଭାବରେ ଦେଇ ପାରୁନଥିଲେ। କିନ୍ତୁ ଭଗବାନଙ୍କ ଇଚ୍ଛା କିଛି ଅଲଗା ଥିଲା ଦୀର୍ଘ ୫ ବର୍ଷ ନିଜ ଘର ଠାରୁ ଅଲଗା ହୋଇ ରହିଥିବା ରସିଦାଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ଆସିଲା । ଫଳରେ ସେ ନିଜ ଘରର ଠିକଣା ବସ୍ତିର କିଛି ଲୋକଙ୍କୁ ଜଣାଇଥିଲେ। ମହିଳାଙ୍କ ଠାରୁ ନିଜ ଘର ଠିକଣା ବିହାର ରାଜ୍ୟର ଲାଭା ନାମକ ଏକ ଗାଁରେ ଶୁଣି ବସ୍ତିର ଲୋକମାନେ ସ୍ଥାନୀୟ ଗୋପ ଥାନା ଜରିଆରେ ବିହାର ସେଠାକାର ଥାନା ସହ ଯୋଗାଯୋଗ କରି ମହିଳା ନିଜ ଠିକଣା ସଠିକ ବତାଇଥିବା ଜାଣିବାକୁ ପାଇଥିଲେ।

ତେଣୁ ମହିଳାଙ୍କୁ ନିଜ ଘରକୁ ସୁରକ୍ଷିତ ନେଇ ଛାଡିବାର ନିଷ୍ପତ୍ତି ନେଇ ଗୋପ ଅଞ୍ଚଳର ଶେଖ ଗୋଲମ ବକ୍ସ ଓ ମୁସଲିମ ଖାନ ରସିଦାଙ୍କୁ ନିଜ ଘରକୁ ନେଇ ଯାଇଥିଲେ ତାଙ୍କ ପରିବାର ଲୋକଙ୍କ ପାଖେ ଛାଡିବାକୁ। ତେବେ ଜଣାପଡ଼ିଛି ଯେ ରସିଦା ଦୀର୍ଘ ୫ ବର୍ଷ ଧରି ଘରକୁ ନଫେରିବାରୁ ରସିଦାଙ୍କ ଘର ଲୋକେ ସେ ମୃତ୍ୟୁ ବରଣ କରିଥିବା ଭାବି ତାଙ୍କର ଶୁଦ୍ଧିକ୍ରିୟା ଶେଷ କରିଦେଇଛନ୍ତି।ମାତ୍ର ହଠାତ ପରିବାର ଲୋକେ ରସିଦାଙ୍କୁ ପାଖରେ ପାଇ ବେଶ ଉତ୍ସାହିତ ହୋଇ ପଡ଼ିଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ