Masthead

ଭୁଲ ଇଞ୍ଜେକ୍ସନ ନେଲା ଜୀବନ

ରାଜଗାଙ୍ଗପୁର (ବଡ଼ ଖବର ବ୍ୟୁରୋ): ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଚାଲିଗଲା ଯୁବକଙ୍କ ଜୀବନ । ଘରଲୋକଙ୍କ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଗାଙ୍ଗପୁର ବାଣ୍ଠୁ ପଡା ସ୍ଥିତ ଏକ ପ୍ରାଇଭେଟ କ୍ଲିନିକରେ । ଜଣେ ସ୍ଥାନୀୟ ଯୁବକଙ୍କୁ ତ୍ରୁଟିପୂର୍ଣ ଚିକିତ୍ସା ଯୋଗୁ ଯୁବକଙ୍କ ଅବସ୍ଥା ଗୁରୁତର ହୋଇଥିଲା । ପରେ ତାଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଲେ ରଥ ବାର୍ଲା ।

ସୂଚନା ଅନୁଯାୟୀ ତିନି ବର୍ଷ ହେବ ଜଣେ କ୍ୱାକ ରାଜଗାଙ୍ଗପୁର ୱାର୍ଡନଂ ୧୮ ବାଣ୍ଠୁପଡା ଠାରେ ଆୟେସା ନାମକ ଏକ ପ୍ରାଇଭେଟ କ୍ଲିନିକରେ ଚିକିତ୍ସା କରୁଥିଲେ । ଆଜି ସନ୍ଧ୍ୟା ସମୟରେ ରଥଙ୍କର ଗୋଡ଼ ଖଣ୍ଡିଆ ଏବଂ ଡାହାଣ ହାତର ମଝି ଆଙ୍ଗୁଠିଟି ଫୁଲି ଯାଇଥିବା ନେଇ କ୍ଲିନକରେ ବସିଥିବା ସହନୱାଜ ଖାନକୁ ଦେଖାଇଥିଲେ । ନିଜକୁ ଡାକ୍ତର କହୁଥିବା ସହନୱାଜ ତୁରନ୍ତ ଯୁବକଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ । ଇଞ୍ଜେକ୍ସନ ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଯୁବକଙ୍କ ପେଟ ଦରଜ ହେବା ସହ ସେ ଅଚେତ ହୋଇ ପଡିଥିଲେ ।

ସ୍ୱାସ୍ଥ୍ୟ ବିଗିଡିବା ଦେଖି ସହନୱାଜ ନିଜେ ଯୁବକଙ୍କୁ ମଟର ସାଇକେଲରେ ନିକଟସ୍ଥ ସିଏଚସିକୁ ଆଣିଥିଲେ ।ସେଠାରେ ଡାକ୍ତର ରଶ୍ମିକାନ୍ତ ଦାଶ ଅଚେତ ଥିବା ରଥଙ୍କୁ ସିପିଆର ଦେବା ସ୍ୱତ୍ତେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା । ସେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ସମୟରେ ରଥ ବାର୍ଲାଙ୍କ ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ପରିବାର ଲୋକେ ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଶରୀରକୁ ଜବତ କରିବା ପରେ କ୍ଲିନିକରେ ଇଞ୍ଜେକ୍ସନ ଦେଇଥିବା ବ୍ୟକ୍ତି ଏମଡି ସହନୱାଜ ଖାନକୁ ଅଟକ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି