Before Header

ଏସିଆନ ଗେମ୍ସରେ ଭାରତକୁ ୮ମ ସ୍ୱର୍ଣ୍ଣ, ପଲକ ଜିତିଲେ ସ୍ୱର୍ଣ୍ଣ

0 17

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ଏସିଆନ ଗେମ୍ସରେ ଚମକିଲା ଭାରତ । ଷଷ୍ଠ ଦିନରେ ୪ଟି ପଦକ ଜିତିଛି ସୁଟିଂ ଟିମ୍ । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ୟକ୍ତିଗତ ଭାବେ ସ୍ୱର୍ଣ୍ଣ ଜିତିଛନ୍ତି ପଲକ । ସେହିପରି ଇସା ସିଂ ରୌପ୍ୟ ପଦକ ହାସଲ କରିଛନ୍ତି ।

ଏବଂ ୫୦ ମିଟର ପୁରୁଷ ରାଇଫଲ ଥ୍ରି ପୋଜିସନ ଟିମ ଇଭେଣ୍ଟରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, କୁଶଲେ ସ୍ୱପ୍ନିଲ ଏବଂ ଅଖିଲ ସେଓରାନଙ୍କ ଟିମ୍ ମୋଟ ୧୭୬୯ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ସେହିଭଳି ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି । ତେବେ ଏସିଆନ ଗେମ୍ସରେ ରେକର୍ଡ ସଂଖ୍ୟକ ୧୮ଟି ପଦକ ଜିତିଛି ଭାରତୀୟ ସୁଟିଂ ଟିମ୍ । ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ଭାରତ । ଏହା ସହ ୮ଟି ସ୍ୱର୍ଣ୍ଣ, ୧୦ ରୌପ୍ୟ,୧୧ବ୍ରୋଞ୍ଜ ସହ ୨୯ ପଦକ ମିଳିଛି ।

Leave A Reply

Your email address will not be published.