Masthead

ଓଡ଼ିଶାକୁ ପୁଣି ବାତ୍ୟା ଭୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା । ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରେ ବାତ୍ୟା ସୃଷ୍ଟି ହେବାର ଆଶାଙ୍କା ରହିଛି । ଆଇଏମଡି ଦ୍ୱାରା ପ୍ରକାଶିତ ଦୀର୍ଘ ମିଆଦୀ ଆକଳନ ଅନୁସାରେ ୨୯ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋଜେନେସିସ ଅର୍ଥାତ ଅବପାତ ହେବାର ସମ୍ଭାବନା ଦର୍ଶାଉଛି । ହେଲେ କିଛି ଅନ୍ତର୍ଜାତୀୟ ମଡେଲର ଆକଳନ ଅନୁସାରେ, ସେପ୍ଟେମ୍ବର ୨୮ କିମ୍ବା ୨୯ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଏବଂ ୩୦ ତାରିଖ ବେଳକୁ ଲଘୁଚାପ ଏବଂ ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେଇପାରେ ।

ଏନସେପ, ଜିଏଫଏସର ତଥ୍ୟ ଅନୁଯାୟୀ, ୨୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରେ ଅବପାତ ସୃଷ୍ଟି ହେବ । ଏବଂ ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ଏହା ଆହୁରୀ ଘନିଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ । ଏଥିସହ ବାତ୍ୟାଟି ଓଡ଼ିଆ ମୁହାଁ ହେବାର ସମ୍ଭାବନା ରହିଛି ।

କିନ୍ତୁ ଆଇଏମଡିର ସୂଚନା ମୁତବାକ, ପୂର୍ବ-କେନ୍ଦୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଅଧିକ ଘନିଭୂତ ହୋଇ ଏକ ଅବପାତ କିମ୍ବା ବାତ୍ୟାର ପରିଣତ ହେବାର ଅଳ୍ପ ସମ୍ଭାବନା ରହିଥିବା କୁହଯାଇଛି । ସେପଟେ ବାତ୍ୟା ଗୁଜବ ତଥ୍ୟ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ