Masthead

ବିଚ୍ ଶାକ୍ସ ଯୋଜନାକୁ ପୁରୀରେ ତୀବ୍ର ବିରୋଧ

ପୁରୀ(ବଡ଼ ଖବର ବ୍ୟୁରୋ): ବିଚ୍ ଶାକ୍ସ ଯୋଜନାକୁ ପୁରୀର ସ୍ଥାନୀୟ ବାସିନ୍ଦାଙ୍କ ତୀବ୍ର ବିରୋଧ । ପୁରୀ ବେଳାଭୂମିରେ ବିଚ ଶାକ୍ସ ଯୋଜାନାକୁ କାର୍ଯ୍ୟକାରୀ କରିବାକୁ ସରକାର ତତ୍ପରତା ଦେଖାଉଛନ୍ତି । ତେବେ ପୁରୀ ଭଳି ଧାର୍ମିକ ତଥା ଐତିହ୍ୟ ସ୍ଥାନରେ ଏପରି ଯୋଜନା କାର୍ଯ୍ୟକାରୀ କରାଗଲେ ପରିସ୍ଥିତି ସାଂଘାତିକ ହେବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି । ବିଚ ଶାକ୍ସ ଯୋଜନା ଦ୍ୱାରା ଗୋଆ ଭଳି ପୁରୀ ବେଳାଭୂମିରେ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ମଦ୍ୟପାନର ବ୍ୟବସ୍ଥା କରାଯାଇପାରିବ । ପୁରୀ ବେଳାଭୂମିରେ ମଦ୍ୟପାନର ବ୍ୟବସ୍ଥା ପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇଥିବା ବେଳେ ଆଜି ଆବେଦନର ଶେଷ ତାରିଖ ରହିଛି ।

ପୁରୀ ଭଳି ଧାର୍ମିକ ସ୍ଥଳୀରେ ଏପରି ଯୋଜନାର କାର୍ଯ୍ୟକାରୀକୁ ବିଭିନ୍ନ ମହଲରୁ ବିରୋଧ ମଧ୍ୟ କରାଯାଇଛି । ତେବେ ପୁରୀ ଏପରି ଏକ ପବିତ୍ର ସ୍ଥାନ ଯେଉଁଠି ପ୍ରଭୁଙ୍କ ଦର୍ଶନ କଲେ ମୁକ୍ତି ମିଳେ । ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ପ୍ରଭୁ ବଡ଼ ଦାଣ୍ଡରେ ବୁଲନ୍ତି । ମଦ, ମାଂସ, ନୃତ୍ୟ କରି ଏପରି ଧାର୍ମିକ ସ୍ଥାନର ସଂସ୍କୃତିକୁ ଅବକ୍ଷୟ କରିବା, ଭାରତୀୟଙ୍କ ଯୁଗ ଯୁଗର ନୈତିକ, ମୌଳିକ ଅଧିକାର ଉପରେ ଆଘାତ ବୋଲି କହି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏହାକୁ ବିରୋଧ କରି ଗତକାଲି ୨୧ଟି ସଂଗଠନ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ