ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ବିଭିନ୍ନ ଶ୍ରେଣୀର ୮୭ ଟି କାରାଗାର ଅଛି । ୫ ଟି ମଣ୍ଡଳ କାରାଗାର, ୯ଟି ଜିଲ୍ଲା କାରାଗାର, ୨ ଟି ସ୍ୱତନ୍ତ୍ର କାରାଗାର, ୬ ଟି ସ୍ୱତନ୍ତ୍ର ଉପକାରାଗାର, ୬୨ ଉପକାରାଗାର, ଗୋଟିଏ ନାରୀ ବନ୍ଦୀ ନିକେତନ , ଗୋଟିଏ ଆଦର୍ଶ କଏଦୀ କାରାଗାର ଓ ଗୋଟିଏ ମୁକ୍ତାକାଶ ଆଶ୍ରମ ରହିଛି ।
ଆସନ୍ତା ଆର୍ଥିକ ବର୍ଷରେ ନୂତନ କାରାଗାର ପ୍ରତିଷ୍ଠା ପାଇଁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଉତ୍ତରରେ କହିଛନ୍ତି । ଯାଜେପୁର ଜିଲତଳାର ଚଣ୍ଡିଖୋଲରେ ନୂତନ କାରାଗାର ପ୍ରତିଷ୍ଠା ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ ।