Masthead

ଧରା ହେଲେ ଲେଡି ଚାରିଶବିଶ୍

ଢେଙ୍କାନାଳ(ବଡ଼ ଖବର ବ୍ୟୁରୋ): ଢେଙ୍କାନାଳର ଲେଡି ଚାରିଶବିଶ୍ । ଗ୍ରାହକ ସାଜି ଆସୁଥିଲେ, ଆଉ ଦୋକାନୀଙ୍କୁ ଚକମା ଦେଇ ଲୁଟୁଥିଲେ ସୁନା । ଚୋରଘର କିନ୍ତୁ ସବୁଦିନ ଆଲୁଅ ନଥାଏ । ସୁନା ଦୋକାନରୁ ଚୋରି ଅଭିଯୋଗରେ ଶେଷରେ ବନ୍ଧା ହେଲେ ଦୁଇ ଲେଡି ଚାରିଶବିଶ୍ । ଏଭଳି ଏକ ଘଟଣା ଢେଙ୍କାନାଳ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ ଢେଙ୍କାନାଳର ବିଭିନ୍ନ ସୁନାଦୋକାନରୁ ଲୁଟ ପରେ ଦୋକାନୀଙ୍କ ଚିନ୍ତା ବଢିଯାଇଥିଲା । ସେମାନେ ହୋଇଯାଇଥିଲେ ସଜାଗ । ଏଭଳି ସ୍ଥିତିରେ ଦୁଇଜଣ ମହିଳା ଗ୍ରାହକ ସାଜି ସୁନିତା ଜୁଏଲର୍ସକୁ ଯାଇଥିଲେ । ବିଭିନ୍ନ ଗହଣା ଦେଖିବା ବାହାନାରେ କିଛି ସୁନାକୁ ଲୁଚାଇ ଦେଇଥିଲେ ଏମାନେ । କିନ୍ତୁ କୌଣଷି କାରଣରୁ ଜଣକ ହାତରୁ ଖସି ତଳେ ପଡ଼ିଯାଇଥିଲା ଚୋରି ସୁନା ଅଳଙ୍କାର । ଶେଷରେ ଦୁଇ ମହିଳାଙ୍କ କାରସାଦି ପଦାକୁ ଆସିଥିଲା । ଦୋକାନୀ ଦୁଇ ମହିଳାଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ସେମାନଙ୍କ ନିକଟରୁ ୨ ସୁନାମୁଦି, ୩ହଳ ପାଉଁଜି ଓ ୩ଟି ଲକେଟ ଜବତ କରିଥିଲା । ଆରମ୍ଭ ହୋଇଥିଲା ଖୋଳତାଡ । ସେମାନଙ୍କୁ ପୁଲିସ ଜେରା କରିବା ସହ ସେମାନେ ବ୍ୟବହାର କରୁଥିବା ଏକ ସ୍କୁଟିକୁ ମଧ୍ୟ ଜବତ କରିଛି । ଅଟକ ଦୁଇ ମହିଳା କଟକ ଅଞ୍ଚଳର ବୋଲି ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି