Masthead

ଧରା ହେଲେ ଲେଡି ଚାରିଶବିଶ୍

ଢେଙ୍କାନାଳ(ବଡ଼ ଖବର ବ୍ୟୁରୋ): ଢେଙ୍କାନାଳର ଲେଡି ଚାରିଶବିଶ୍ । ଗ୍ରାହକ ସାଜି ଆସୁଥିଲେ, ଆଉ ଦୋକାନୀଙ୍କୁ ଚକମା ଦେଇ ଲୁଟୁଥିଲେ ସୁନା । ଚୋରଘର କିନ୍ତୁ ସବୁଦିନ ଆଲୁଅ ନଥାଏ । ସୁନା ଦୋକାନରୁ ଚୋରି ଅଭିଯୋଗରେ ଶେଷରେ ବନ୍ଧା ହେଲେ ଦୁଇ ଲେଡି ଚାରିଶବିଶ୍ । ଏଭଳି ଏକ ଘଟଣା ଢେଙ୍କାନାଳ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ ଢେଙ୍କାନାଳର ବିଭିନ୍ନ ସୁନାଦୋକାନରୁ ଲୁଟ ପରେ ଦୋକାନୀଙ୍କ ଚିନ୍ତା ବଢିଯାଇଥିଲା । ସେମାନେ ହୋଇଯାଇଥିଲେ ସଜାଗ । ଏଭଳି ସ୍ଥିତିରେ ଦୁଇଜଣ ମହିଳା ଗ୍ରାହକ ସାଜି ସୁନିତା ଜୁଏଲର୍ସକୁ ଯାଇଥିଲେ । ବିଭିନ୍ନ ଗହଣା ଦେଖିବା ବାହାନାରେ କିଛି ସୁନାକୁ ଲୁଚାଇ ଦେଇଥିଲେ ଏମାନେ । କିନ୍ତୁ କୌଣଷି କାରଣରୁ ଜଣକ ହାତରୁ ଖସି ତଳେ ପଡ଼ିଯାଇଥିଲା ଚୋରି ସୁନା ଅଳଙ୍କାର । ଶେଷରେ ଦୁଇ ମହିଳାଙ୍କ କାରସାଦି ପଦାକୁ ଆସିଥିଲା । ଦୋକାନୀ ଦୁଇ ମହିଳାଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ସେମାନଙ୍କ ନିକଟରୁ ୨ ସୁନାମୁଦି, ୩ହଳ ପାଉଁଜି ଓ ୩ଟି ଲକେଟ ଜବତ କରିଥିଲା । ଆରମ୍ଭ ହୋଇଥିଲା ଖୋଳତାଡ । ସେମାନଙ୍କୁ ପୁଲିସ ଜେରା କରିବା ସହ ସେମାନେ ବ୍ୟବହାର କରୁଥିବା ଏକ ସ୍କୁଟିକୁ ମଧ୍ୟ ଜବତ କରିଛି । ଅଟକ ଦୁଇ ମହିଳା କଟକ ଅଞ୍ଚଳର ବୋଲି ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ