Masthead

ସମ୍ ULTIMATE: ଉତ୍କର୍ଷ ସ୍ବାସ୍ଥ୍ୟସେବାର ହଜାରେ ଦିନ

କ୍ୟାନସର ଚିକିତ୍ସାରେ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା SUM ULTIMATE ହସ୍ପିଟାଲ ହଜାରେ ଦିନ ପୂରଣ କରିଛି । ଆଜିକୁ ଠିକ୍ ହଜାରେ ଦିନ ତଳେ ଉନ୍ନତ ସ୍ବାସ୍ଥ୍ୟସେବାର ପ୍ରତିଶ୍ରୁତି ସହ ଭୁବନେଶ୍ଵରରେ ପ୍ରତିଷ୍ଠା ହୋଇଥିଲା SUM ULTIMATE ମେଡିକେୟାର । ଏହି ହଜାରେ ଦିନରେ ସମ୍ ଅଲ୍ଟିମେଟ୍ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସବୁଠୁ ବିଶ୍ଵସନୀୟ ନାଁ ଭାବେ ନିଜକୁ ପ୍ରମାଣିତ କରିଛି । ହଜାରେ ଦିନରେ ଦେଢ଼ଲକ୍ଷରୁ ଅଧିକ ରୋଗୀ ଏଠାରେ ଚିକିତ୍ସିତ ହେବାର ରେକର୍ଡ ସୃଷ୍ଟି ହୋଇଛି । ସବୁଠୁ ବଡ଼ କଥା ହେଉଛି କ୍ୟାନସର ଚିକିତ୍ସା କ୍ଷେତ୍ରରେ ଉନ୍ନତ, ସର୍ବୋତ୍ତମ ସୁବିଧା ପ୍ରଦାନ କରୁଛି ସମ୍ ULTIMATE । ରାଜ୍ୟର ଏକମାତ୍ର ହସ୍ପିଟାଲ ଭାବେ ଗୋଟିଏ ଛାତ ତଳେ କ୍ୟାନସର ଚିକିତ୍ସାର ସବୁ ବ୍ୟବସ୍ଥା କରିଛି ସମ୍ ULTIMATE । ଅଭିଜ୍ଞ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ, ଆଧୁନିକ ଜ୍ଞାନକୌଶଳ ଓ ପ୍ରତିବଦ୍ଧ ସେବାର ପ୍ରତିଶ୍ରୁତି ପାଇଁ ସମସ୍ତଙ୍କ ଭରସା ପାଲଟିଛି ସମ୍ ULTIMATE । ହଜାରେ ଦିନରେ ୩୦ ହଜାରରୁ ଅଧିକ କ୍ୟାନସର ରୋଗୀଙ୍କ ସଫଳ ଚିକିତ୍ସା ହୋଇଛି ଏଠାରେ । ଏହାସହ ଅନ୍ୟ ସବୁ ବିଭାଗରେ ବି ଏହା ସ୍ବାସ୍ଥ୍ୟସେବାର ବିଶ୍ଵସ୍ତ ପରିଚୟ ପାଲଟିଛି । ସେଥିପାଇଁ ଅଳ୍ପଦିନରେ ଅନେକ ମାନ୍ୟତା ଓ ସମ୍ମାନର ଅଧିକାରୀ ହୋଇଛି ସମ୍ ULTIMATE । ଯାହାର ବିବରଣୀ ଆପଣ ନିମ୍ନରେ ଦେଖିପାରିବେ ।


ସୋଆ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜ ରଞ୍ଜନ ନାୟକ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଅତ୍ୟନ୍ତ ସମ୍ମାନଜନକ ନାମ । ଓଡ଼ିଶାବାସୀଙ୍କ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବାକୁ ପ୍ରଥମେ ସେ ଆରମ୍ଭ କରିଥିଲେ ସମ୍ ହସ୍ପିଟାଲ। ପରେ SUM ULTIMATE ପ୍ରତିଷ୍ଠା ହୋଇଛି । ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ସବୁବେଳେ ସମ୍ ପ୍ରୟାସ କରିଆସିଛି । ଆଗକୁ ମଧ୍ୟ ସମ୍ ULTIMATE ରୋଗୀ ସେବା ପ୍ରତି ନିଜର ସମର୍ପଣ ଜାରି ରଖିବ ଓ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଦିଗରେ ଅଧିକରୁ ଅଧିକ ଗବେଷଣା କରିବ ବୋଲି ସେ ଏହି ଅବସରରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ