Masthead

ରାହୁଲ ଗାନ୍ଧିଙ୍କୁ ଜୀବନରୁ ମାରିଦେବାକୁ ଧମକ ,ଗୋରଖପୁରର ମନୋଜ ରାୟଙ୍କ ନାମରେ ଆସିଥିଲା କଲ୍

ଗୋରଖପୁର(ବଡଖବର ବ୍ୟୁରୋ): ୨୫ ମାର୍ଚ୍ଚରେ ଲଲନ୍ କୁମାରଙ୍କ ଫୋନ ନମ୍ବରକୁ ରାହୁଲ ଗାନ୍ଧୀଙ୍କୁ ଜୀବନରୁ ମାରିଦେବାକୁ ଧମକ ପୂର୍ଣ୍ଣ କଲ୍ ଆସିଥିଲା । ଫୋନ କରିଥିବା ଲୋକ ନିଜକୁ ଗୋରଖପୁରର ବାସିନ୍ଦା ମନୋଜ ରାୟ ବୋଲି କହିଛନ୍ତି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ କରିଦେଇଛି ।କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧିଙ୍କୁ ଜୀବନରୁ ମାରିଦେବାର ଧମକ ମାମଲାରେ ଲକ୍ଷ୍ନୌ ପୋଲିସ ମାମଲା ଦାୟର କରିଛି । ପୋଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଦେଇଛି ।

୨୫ ମାର୍ଚ୍ଚରେ କଂଗ୍ରେସର ମିଡିଆ ସଂଯୋଜକ ଲଲନ୍ କୁମାରଙ୍କୁ ଏକ ଧମକ ପୂର୍ଣ୍ଣ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ନିଜକୁ ଗୋରଖପୁରର ବାସିନ୍ଦା ମନୋଜ ରାୟ କହିଥିଲା । ସେ ପ୍ରଥମେ ଲଲନ୍ କୁମାରଙ୍କୁ ଗାଳି କରିଥିଲା ଓ ପରେ ଗୁଳି ମାରିଦେବାର ଧମକ ମଧ୍ୟ ଦେଇଥିଲା । ଏତିକି ନୁହେଁ ଫୋନ କରିଥିବା ବ୍ୟକ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏହା ପରେ ଲଲନ୍ କୁମାର ଲକ୍ଷ୍ନୌର ଚିନହଟ ଥାନାରେ ଅଭିଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ