Masthead

ତିନି ଏସ୍ ପ୍ଲାନ କରି ଖେଳ କରିଛନ୍ତି : ଜୟରାମ ରମେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତ୍ରିପୁରା, ନାଗାଲାଣ୍ଡ, ମେଘାଳୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ନାଗାଲାଣ୍ଡ ଓ ତ୍ରିପୁରାରେ ବିଜେପିକୁ ମିଳିଛି ବହୁମତ । ଏପଟେ ମେଘାଳୟରେ ଭାଜପା ନ୍ୟାଶନାଲ ପିପୁଲ୍‌ସ ପାର୍ଟି(ଏନପିପି)କୁ ସମର୍ଥନ ଦେଇଛି । ସମସ୍ତ ଚେଷ୍ଟା ପରେ ବି କଂଗ୍ରେସକୁ ୩ ରାଜ୍ୟରେ ଶୋଚନୀୟ ଭାବେ ପରାସ୍ତ ହେବାକୁ ପଡିଛି । ନିର୍ବାଚନ ଫଳାଫଳକୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରିଛନ୍ତି । ସେ ଲେଖିଛନ୍ତି, ଆଜିର ବିଧାନସଭା ନିର୍ବାଚନ ଫଳାଫଳ ଏନସିପି ୩୩ ବର୍ଷ ପରେ ମହାରାଷ୍ଟ୍ରର କସବା ପେଠ ଜିତିଲା, ପଶ୍ଚିମବଙ୍ଗର ସାଗରଦିଘି ଆସନରେ କଂଗ୍ରେସ ୫୧ ବର୍ଷ ପରେ ଜିତିଲା, ତ୍ରିପୁରାରେ କଂଗ୍ରେସ ୦ରୁ ୫ ଆସନରେ ପହଞ୍ଚିଗଲା । ମେଘାଳୟରେ ୫ ଆସନ(୨୧ ବିଧାୟକଙ୍କୁ ହାଇଜାକ କରିବା ପରେ) । ଆଉ ଏହାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

ସେ ଟୁଇଟ କରି ଲେଖିଛନ୍ତି, ତିନି ରାଜ୍ୟରେ ହୋଇଥିବା ପରାଜୟକୁ ଏକ ଉପଲବ୍ଧିରେ ବଦଳାଇ ନେଗେଟିଭ ପ୍ରସ୍ତୁତ କରି ଅନ୍ଧକାରରେ ବଞ୍ଚିବା କଂଗ୍ରେସର କ୍ଷମତାକୁ ପ୍ରଶଂସା କରିବା ଦରକାର । ମେଘାଳୟରେ ନିର୍ବାଚନ ପରେ ଏନପିପି ଓ ଭାଜପା ମଧ୍ୟରେ ହୋଇଥିବା ମେଣ୍ଟକୁ ନେଇ ଜୟରାମ ରମେଶ କଟାକ୍ଷ କରିଛନ୍ତି । ସେ ଏହି ‘ଖେଳ’ ପାଇଁ ୩ ଏସ୍ ଅର୍ଥାତ୍ ଅମିତ ଶାହା, ହିମନ୍ତ ବିଶ୍ୱ ଶର୍ମା ଓ କୋନରାଡ ସାଙ୍ଗମାଙ୍କୁ ଦାୟୀ କରାଇଛନ୍ତି । ରମେଶ ଟୁଇଟ କରି ଲେଖିଛନ୍ତି , ଏସବୁ ତିନି ଏସ- ଶାହା,ଶର୍ମା ଓ ସାଙ୍ଗମାଙ୍କ ଦ୍ୱାରା ଖେଳାଯାଇଥିବା ସୁନିୟୋଜିତ ଖେଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ