Masthead

ଆଜି ଶ୍ରୀମନ୍ଦିର ପାଇଁ ଗୁରୁତ୍ୱପୂର୍ଣ୍ଣ ତିଥି

ପୁରୀ(ବଡ଼ ଖବର ବ୍ୟୁରୋ): କୋଟି ଓଡ଼ିଆଙ୍କ ମଉଡ଼ମଣି, ଆବେଗର ଠାକୁର । ପ୍ରତି ଓଡ଼ିଆ ଘରର ମୁରବି । ଯାହାଙ୍କୁ ନେଇ ଗର୍ବ କରେ ଓଡ଼ିଆ । ଯାହାଙ୍କୁ ନେଇ ଓଡ଼ିଶା ଓ ଓଡ଼ିଆ ଜାତିର ପରିଚୟ । ସେ କଳିଙ୍ଗ ସମ୍ରାଟ । ଓଡ଼ିଆର ଜୀବନ ଧନ, ଆପଣାର ଠାକୁର ସେ । ସେହି ବିଶ୍ୱନିୟନ୍ତା, ଜଗତର ନାଥ ଜଗନ୍ନାଥଙ୍କ ଆସ୍ଥାନ ହେଉଛି ଶ୍ରୀମନ୍ଦିର । ଆଜି ହେଉଛି ପବିତ୍ର ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥି ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ପାଇଁ ଅତ୍ୟନ୍ତ ପବିତ୍ର । କାହଁକି ନା ଏହି ଦିନ ପ୍ରତିଷ୍ଠା ହୋଇଥିଲା ଶ୍ରୀମନ୍ଦିର । କିମ୍ବଦନ୍ତୀ କହେ, ଶ୍ରୀମନ୍ଦିରର ପ୍ରତିଷ୍ଠା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ । ଏହି କାର୍ଯ୍ୟ ସମ୍ପାଦନା କରିଥିଲେ ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା । ଶ୍ରୀମନ୍ଦିର ଓ ଶ୍ରୀବିଗ୍ରହର ପୁଣ୍ୟ ପ୍ରତିଷ୍ଠା କରାଇଥିଲେ ।

ଏହି କାର୍ଯ୍ୟ ପରେ ଭଗବାନ ମହାରାଜା ଇନ୍ଦ୍ରଦ୍ୟମ୍ନଙ୍କୁ ବର ମାଗିବାକୁ କହିଥିଲେ । ଇନ୍ଦ୍ରଦ୍ୟୁମ୍ନ ଯାହା ମାଗିଥିଲେ, ତାହା ପ୍ରତିଟି ଉକ୍ରଳୀୟର ମହାନତାକୁ ପ୍ରତିପାଦିତ କରେ । ଈଶ୍ୱରଙ୍କଠାରୁ ବରରେ ନିର୍ବଂଶ ହେବାର ଅଭିଶାପ ମାଗି ଦେଇଥିଲେ ଇନ୍ଦ୍ରଦ୍ୟୁମ୍ନ । ତାଙ୍କ ପରେ କେହି ବି ଯେମିତି ନ କହୁ, ଶ୍ରୀମନ୍ଦିର ତାଙ୍କର ପୂର୍ବଜ ସ୍ଥାପନା କରିଛନ୍ତି । ଏହା ହେଉଛି ଜଗନ୍ନାଥ ସଂସ୍କୃତି ଓ ଦର୍ଶନର ବିଶାଳତା । ଆଜି ହେଉଛି ସେହି ପୁଣ୍ୟ ଦିବସ । ଏହା ସହ ସଂଯୋଗ ହେଉଛି ଆଜି ମହାଲକ୍ଷ୍ମୀଙ୍କ ବାର ଗୁରୁବାର । ଶ୍ରୀ ଅର୍ଥାତ ଲକ୍ଷ୍ମୀ, ଆଉ ଶ୍ରୀମନ୍ଦିର ମାନେ ମହାଲକ୍ଷ୍ମୀଙ୍କ ମନ୍ଦିର । ଯେଉଁଠି ବିରାଜମାନ ଚତୁର୍ଦ୍ଧମୂର୍ତ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି